ଫିଟ୍‌ନେସ୍‌ ପାଇଁ ବ୍ରହ୍ମପୁରର ଫିଜିକାଲ ଏକାଡ଼େମୀରେ ପ୍ରଶିକ୍ଷଣ ନେବାକୁ ଆସିଛନ୍ତି ରିପୁଦମନ ହାଣ୍ଡା

ବ୍ରହ୍ମପୁର: ବ୍ରହ୍ମପୁରର ଫିଜିକାଲ ଏକାଡ଼େମୀରେ ପ୍ରଶିକ୍ଷଣ ପାଇଁ ଆସିଛନ୍ତି ଷ୍ଟାର ସେଫ୍ ରିପୁଦମନ ହାଣ୍ଡା । ଜଣେ ସେଲିବ୍ରେଟି ସେଫ୍ ଭାବରେ ଜଣାଶୁଣା ରିପୁଦମନ ନିଜର ଫିଟ୍‌ନେସ୍‌ ପାଇଁ ବ୍ରହ୍ମପୁର ଆସିଥିବା ଜଣାପଡ଼ିଛି । ଫିଜିକାଲ ଏକାଡ଼େମୀର ମୁଖ୍ୟ ସୀମାଂଚଳ ବାରିକଙ୍କ ତାତ୍ୱାବଧାନରେ ସେ ଏକ ମାସ ପାଇଁ ପ୍ରଶିକ୍ଷଣ ନେବେ । ସୋସିଆଲ ମିଡ଼ିଆରେ ଏହି ଏକାଡ଼େମୀ ବିଷୟରେ ଚର୍ଚ୍ଚା ଶୁଣି ସେ ବ୍ରହ୍ମପୁର ଆସିଥିବା ଜଣାପଡ଼ିଛି ।

ରିୟାଲିଟି ସୋ ମାଷ୍ଟର ସେଫ୍ ଇଣ୍ଡିଆ ସିଜନ-୦୩ରେ ଜିତି ଚର୍ଚ୍ଚାକୁ ଆସିଥିଲେ ରିପୁ ଦମନ। ପରେ ପରେ ନଚବଲିଏ ସିଜନ -୦୬ରେ ମଧ୍ୟ ପ୍ରତିଯୋଗୀ ଭାବେ ନଜର ଆସିଥିଲେ ରିପୁଦମନ । ବର୍ତ୍ତମାନ ସେ ଖାନା ଖଜାନା ଓ ଲିଭିଙ୍ଗ ଫୁଡ଼ସ ଭଳି ଲୋକପ୍ରିୟ କାର୍ଯ୍ୟକ୍ରମର ପରିଚାଳନାର କରୁଛନ୍ତି । ସାଧାରଣତଃ ନିଜର କମ୍ ତେଲରେ ରନ୍ଧା ଶୈଳୀ ପାଇଁ ପ୍ରସିଦ୍ଧ ରିପୁଦମନ । ନିଜର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ରିପୁଦମନ ପରିଚୟ ପାଇଥିବା ବେଳେ ଏବେ ବ୍ରହ୍ମପୁର ଫିଜିକାଲ ଏକାଡ଼ମୀକୁ ଆସିବା ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ କନ୍ନଡ଼ ସିନେମାର ଅଭିନେତା ଓ ବାଂଲାଦେଶର ମହିଳା କ୍ରିକେଟର ମଧ୍ୟ ଏହି ଏକାଡେମୀକୁ ପ୍ରଶିକ୍ଷଣ ପାଇଁ ଆସିଥିଲେ ।

ସମ୍ବନ୍ଧିତ ଖବର