ନୂଆଦିଲ୍ଲୀ: ପର୍ତ୍ତୁଗାଲ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ନିଜ ପେସାଦାର ଜୀବନକୁ ନେଇ ଯେତିକି ଚର୍ଚ୍ଚାରେ ରହିଥାନ୍ତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି | ଅନେକ ସମୟରେ ତାଙ୍କ ପ୍ରେମ ଜୀବନ ଏବଂ ତାଙ୍କ ପ୍ରେମିକା ଜର୍ଜିନାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବା ଦେଖାଯାଇଛି | ଦୁହିଁଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ଏ ପ୍ରେମ ସମ୍ପର୍କ କେବେ ଏବଂ କେମିତି ଆରମ୍ଭ ହେଲା ଜାଣିଛନ୍ତି କି?

Advertisment

ସବୁଠାରୁ ବଡ଼ କଥା ହେଲା ରୋନାଲଡୋଙ୍କୁ ଭେଟିବା ପୂର୍ବରୁ ଜର୍ଜିନାଙ୍କ ପାଖରେ ରହିବାକୁ ଘର ନଥିଲା | ସେ ଏକ ଗୋଦାମ ଘରେ ରାତି କଟାଉଥିଲେ | ଏହା ସହ ଗୁସି ସୋ'ରୁମରେ କାମ କରୁଥିଲେ | ହେଲେ ସେଦିନ ତାଙ୍କ ଭାଗ୍ୟ ବଦଳିଯାଇଥିଲେ, ଯେବେ ରୋନାଲଡୋ ଗୁସି ସୋ'ରୁମରେ ପହଞ୍ଚିଥିଲେ | ପ୍ରଥମ ଦେଖାରେ ରୋନାଲଡୋ ଜର୍ଜିନାଙ୍କୁ ମନ ଦେଇ ବସିଥିଲେ | ୨୦୧୬ରୁ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ | ରୋନାଲଡୋଙ୍କ ପ୍ରେମିକା ବନିବ ପରେ ଜର୍ଜିନାଙ୍କ ଭାଗ୍ୟ ଖୋଲିଥିଲା | ଏବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଜଣେ ଚର୍ଚ୍ଚିତ ମଡେଲ ହୋଇପାରିଛନ୍ତି |

ଦିନେ ତାଙ୍କ ପାଖରେ ଶୋଇବାକୁ ଘର ନଥିବା ବେଳେ ଏବେ ସେ ୪୮ କୋଟି ମୂଲ୍ୟର ଏକ ରାଜପ୍ରାସାଦରେ ରହୁଛନ୍ତି, ୫୫ କୋଟି ଟଙ୍କାର ପାଣି ଜାହାଜରେ ଯାତ୍ରା କରୁଛନ୍ତି ଏବଂ ବୁଗାଟୀ, ରୋଲ୍ସ-ରୋଏସ୍ ପରି ବିଳାସପୂର୍ଣ୍ଣ କାରରେ ଯାତ୍ରା କରୁଛନ୍ତି | ତାଙ୍କ ବଙ୍ଗଳାରେ ଇନଡୋର ଏବଂ ଆଉଟଡୋର ​​ସୁଇମିଂ ପୁଲ, ଏକ ଜିମ୍ ଏବଂ ଏକ ଫୁଟବଲ୍ ପିଚ୍ ମଧ୍ୟ ଅଛି | ବିମାନ ଯାତ୍ରା ପାଇଁ ନିଜର ଏକ ବିମାନ ମଧ୍ୟ ଅଛି |