ନିଆଁର ନଦୀ: ଯେଉଁଠି ଜଳ ନୁହେଁ ବହିଥାଏ ନିିଆଁ

ଆପଣମାନେ ସାଧାରଣତଃ ନଦୀ ବା ସମୂଦ୍ରରେ ଜଳ ପ୍ରବାହିତ ହେଉଥିବାର ଦେଖିଥିବେ । କେବଳ ଏତିକି ନୁହେଁ ଏହି ଭଳି ଭାବେ ପ୍ରକୃତିର ଅନେକ ରୂପ ଆମେ ପୃଥିବୀରେ ଦେଖିଥାଉ । କେଉଁଠି ଜଳ ବ୍ୟାପିଛି ତ କେଉଁଠି ପାହାଡ଼, ପର୍ବତ ରହିଛି । ସେହିପରି ଆଉ କେଉଁଠି ଶୀତଳ ଆଛାଦିତ ବରଫ ଥିବା ବେଳେ ମରୁଭୂମି ବି ରହିଛି । ଅନେକ ସମୟରେ ଲୋକେ ପୃଥିବୀର ଏମିତି ସୁନ୍ଦର ଦୃଶ୍ୟ ଦେଖି ବିଭୋର ହୋଇଯାନ୍ତି । ଆଉ କେତେବେଳେ ଏହାର ଭୟଙ୍କର ରୂପ ଲୋକଙ୍କୁ ଭୟଭୀତ ବି କରିଦେଇଥାଏ । ଏବେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛିି । ତେବେ କ’ଣ ରହିଛି ଏହି ଭିଡିଓ ଆସନ୍ତୁ ଜାଣିବା ଏହା ବିଷୟରେ ।

ୱାଣ୍ଡର ଅଫ୍ ସାଇନ୍ସ ନାମକ ଏକ ଟ୍ୱିଟର ଆକାଉଂଟରେ ଏକ ଭିଡିଓଟି ସେୟାର କରାଯାଇଛି । ଏଥିରେ ନିଆଁର ନଦୀ ପ୍ରବାହିତ ହେଉଥିବାର ଦେଖିବାକୁ ମିଳିଛି । ଯେ କେହିବି ଏହା ନିକଟକୁ ଗଲେ ଜଳିପୋଡି ପାଉଁଶ ହୋଇଯିବା ଭଳି ମନେ ହେଉଛି । ତାହା ଆପଣମାନେ ଭିିଡିଓରେ ଥିବା ଏହି ନଦୀଟିକୁ ଦେଖି ଜାଣିପାରୁଥିବେ ।

ତେବେ ଭିଡିଓରେ ଯେଉଁ ନିଆଁର ନଦୀ ପ୍ରବାହିତ ହେଉଛି ତାହା ହେଉଛି ଆଗ୍ନେୟଗିରିରୁ ବାହାରୁଥିବା ଲାଭା। ନାଲି ରଙ୍ଗର ଏହି ଲାଭା ଏକ ଶକ୍ତିଶାଳୀ ଝରଣା ଭଳି ପ୍ରବାହିତ ହେଉଥିବା ଦେଖାଯାଇଛି, ଯାହା ନଦୀରେ ପ୍ରବାହିତ ଜଳ ପରି ଦେଖାଯାଉଛି । ତେବେ କୁହାଯାଉଛି କି ଏହି ଭିଡିଓଟି ହାୱାଇର ବିଗ୍ ଦ୍ୱୀପରେ ଥିବା କିଆଉଆ ଆଗ୍ନେୟଗିରିରୁ ପ୍ରବାହିତ ଲାଭାର ଅଟେ । ଏହି ଆଗ୍ନେୟଗିରି ଦୁନିଆର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ତାଲିକାରେ ରହିଛି ।

ସମ୍ବନ୍ଧିତ ଖବର