ପଲାମୁ(ଝାଡ଼ଖଣ୍ଡ): ପ୍ରଥମେ ଜେଇଇ ମେନ୍ସ ଓ ଏବେ ଦ୍ବାଦଶରେ ଟପର ହେଲେ ଆରଓ ମେକାନିକଙ୍କ ପୁଅ। ଦିନ ଥିଲା ଯେତେବେଳେ ଅଧିକାଂଶ ପିତାମାତା ଭାବୁଥିଲେ ଯେ ଅର୍ଥାଭାବରୁ ସେମାନେ ଯାହା ବି କରୁଛନ୍ତି ସେମାନଙ୍କ ପିଲା ମଧ୍ୟ ସମାନ କାମ କରିବେ। କିନ୍ତୁ ସମୟ ସହିତ ଲୋକଙ୍କ ଚିନ୍ତାଧାରା ବଦଳିଛି। ବର୍ତ୍ତମାନ ଅଧିକାଂଶ ପିତାମାତା ବୁଝିଛନ୍ତି ଯେ ଶିକ୍ଷା ହେଉଛି ଏକମାତ୍ର ମାଧ୍ୟମ ଯାହା ଦ୍ବାରା ସେମାନଙ୍କ ପିଲାମାନେ ନିଜର ଭଲ ଭବିଷ୍ୟତ ଗଢ଼ିପାରିବେ। ଠିକ ଏହି କଥା ବୁଝି ଝାଡ଼ଖଣ୍ଡର ଜଣେ ଆରଓ ମେକାନିକ ନିଜର ସବୁ ଆୟ ପିଲାଙ୍କ ପଢ଼ାରେ ଖର୍ଚ୍ଚ କରିଥିଲେ। ଆଜି ତାଙ୍କର କଷ୍ଟର ଫଳ ତାଙ୍କୁ ଦେଇଛନ୍ତି ତାଙ୍କ ପୁଅ।
ଏଠାରେ ଆମେ ଝାଡଖଣ୍ଡର ପଲାମୁ ଜିଲ୍ଲାର ହାଇଦରନଗର ବାସିନ୍ଦା ଅନିଲ ମେହେତାଙ୍କ ବିଷୟରେ କହୁଛୁ, ଯାହାଙ୍କ ପୁଅ ଚେତନ ରାଜ ପ୍ରଥମେ ଜେଇଇ ମେନ୍ସ ଓ ଏବେ ଦ୍ବାଦଶରେ ଟପର ହୋଇଛନ୍ତି। ଚେତନ ରାଜ ନିକଟରେ ୯୯.୬୯ ପ୍ରତିଶତ ସ୍କୋର କରି ଜେଇଇ ମେନ୍ସ ୨୦୨୩ରେ ଜିଲ୍ଲା ଟପର ହୋଇଥିଲେ। ବର୍ତ୍ତମାନ ସେ ଦ୍ବାଦଶ ପରୀକ୍ଷାରେ ୮୮ପ୍ରତିଶତ ସ୍କୋର କରି କଲେଜ ଟପର ହୋଇଛନ୍ତି। ତାଙ୍କର ଏହି ସଫଳତା ପୂରା ପରିବାରକୁ ଖୁସି କରାଇଛି।
/sambad/media/post_attachments/wp-content/uploads/2023/06/ସ-22-300x169.jpg)
ଅନିଲ ମେହେତା ଘର ଘର ବୁଲି ଆରଓ ଠିକ କରୁଥିବା ବେଳେ ସେଥିରୁ ମିଳୁଥିବା ଟଙ୍କାରେ ନିଜ ଘର ଚଳାନ୍ତି ଓ ପିଲାଙ୍କୁ ପାଠ ପଢ଼ାନ୍ତି। ଅର୍ଥାଭାବ ଥିବା ଜାଣି ଅନିଲଙ୍କ ପୁଅ ଓ ଝିଅ ବହୁ କଷ୍ଟରେ ପାଠପଢ଼ିଥିଲେ। ଆଜି ସେମାନଙ୍କୁ ସେମାନଙ୍କ କଷ୍ଟର ଫଳ ମିଳିଛି। ଚେତନ ରାଜ ଏବେ ଇଞ୍ଜିନିୟର ହେବା ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କ ଭଉଣୀ ବୈଜ୍ଞାନିକ ହେବା ପାଇଁ ପାଠପଢ଼ା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/ସ-23.jpg)