ଆଜିକାଲି ରୋବୋଟ୍ ଦ୍ୱାରା ନାନା କାମ କରାଯାଇପାରୁଛି। ଏବେ କୃଷି-କର୍ମ ଦୁନିଆରେ ପ୍ରବେଶ କରିଛି, ଯନ୍ତ୍ର-ମାନବ। ଇଂଲଣ୍ଡ୍ର ହାର୍ପର୍ ଆଡାମ୍ସ ୟୁନିଭର୍ସିଟିର କାରିଗରୀ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାରର ଯନ୍ତ୍ର ଓ ଯନ୍ତ୍ର-ମାନବ ବ୍ୟବହାର କରି, ବିଶ୍ୱରେ ପ୍ରଥମ ଥର ପାଇଁ କୃଷି-କର୍ମ ସଂପାଦନ କରିଛନ୍ତି। ହଳଠାରୁ ଆରମ୍ଭ କରି ବିହନ ବୁଣିବା, ସାର ଓ କୀଟନାଶକ ପ୍ରୟୋଗ, ଜଳସେଚନ ଏବଂ ଅମଳ ଆଦି ସମସ୍ତ କାର୍ଯ୍ୟ ରୋବୋଟ୍ ଓ କେତେକ ରୋବୋଟିକ୍ ମେସିନ୍ ଦ୍ୱାରା ସଂପନ୍ନ ହୋଇଥିବା ପ୍ରକାଶ। ରୋବୋଟ୍ ଦ୍ୱାରା ଚାଷ କରାଇ, ପାଞ୍ଚ ଟନ୍ ବାର୍ଲି ଅମଳ ହୋଇଛି। କୌଣସି କାମରେ ମଣିଷର ହାତ ଲାଗିନାହିଁ। ଏହି ପଦ୍ଧତିରେ ଚାଷରେ ପାରଂପରିକ ଚାଷ ତୁଳନାରେ ଅଧିକ ଖର୍ଚ୍ଚ ହୋଇ ନ ଥିବା ବେଳେ ଅଧିକ ଉତ୍ପାଦନ ହୋଇଛି। ତେଣୁ, ଭବିଷ୍ୟତ୍ରେ ଏହା କୃଷି-ଶ୍ରମିକଙ୍କ ବିକଳ୍ପ ହୋଇପାରିବ ବୋଲି ଆଶା ସୃଷ୍ଟି ହୋଇଛି।