ବିଶାଖାପାଟଣା: ସାଧାରଣ ଲୋକଙ୍କ ଅଭିଯୋଗ ଏଣିକି ଶୁଣିବ ରୋବଟ 'ସାଇବିରା' | ବିଶାଖାପାଟଣା ପୁଲିସ ପ୍ରଥମ ସାଇବର ସ୍ପେସ ଇଣ୍ଟରାକ୍ଟିଭ ରୋବଟ ସାଇବିରାକୁ ଲଞ୍ଚ କରିଛି | ବିଶାଖାପାଟଣାର ମହାରାନୀପେଟା ପୁଲିସ ଷ୍ଟେସନରେ ଏହି ରୋବଟକୁ ରଖାଯାଇଛି | ଏକ ଷ୍ଟାର୍ଟଅପ କମ୍ପାନୀ ରୋବୋ କପଲର ପ୍ରାଇଭେଟ ଲିମିଟେଡ଼ ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରୁଥିବା ସମସ୍ୟାକୁ ସୁଧାରିବା ପାଇଁ ଏହି ରୋବଟର ଡିଜାଇନ କରିଛି |
/sambad/media/post_attachments/wp-content/uploads/2019/11/EJw_MYiU0AA4zQO-1024x576.jpg)
ଲୋକମାନେ ଆସି ଏହି ରୋବଟ ସାମ୍ନାରେ ସେମାନଙ୍କ ଅଭିଯୋଗ ଦାଖଲ କରିବା ପରେ ସାଇବିରା ୨୪ ଘଣ୍ଟା ମଧ୍ୟରେ ଏହି ଅଭିଯୋଗକୁ ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କହିବ |
ପ୍ରତିଟି ଅଭିଯୋଗକୁ ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ତିନି ଦିନର ସର୍ବାଧିକ ସମୟ ଦିଆଯିବ | ସ୍ୱର ରେକର୍ଡିଙ୍ଗ ବା ଏହି ରୋବଟ ସହ ସଂଲଗ୍ନ ଲାପଟପ ସହାୟତାରେ ଅଭିଯୋଗ ଦାଖଲ କରିହେବ | ରୋବୋ କପଲର ପ୍ରାଇଭେଟ ଲିମିଟେଡ଼ର ସଦସ୍ୟ ଦୀନେଶ କୁମାର କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ପ୍ରଥମ ଥର ପାଇଁ ଏହାକୁ ଲଞ୍ଚ କରାଯାଇଛି | ଯାହାକି ମୂଳ ରୂପରେ ଇ-ପୁଲିସ ପାଇଁ ନିର୍ମାଣ କରାଯାଇଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/EJw_MYmU4AE4dPF.jpg)