ବିଶାଖାପାଟଣା: ସାଧାରଣ ଲୋକଙ୍କ ଅଭିଯୋଗ ଏଣିକି ଶୁଣିବ ରୋବଟ ‘ସାଇବିରା’ | ବିଶାଖାପାଟଣା ପୁଲିସ ପ୍ରଥମ ସାଇବର ସ୍ପେସ ଇଣ୍ଟରାକ୍ଟିଭ ରୋବଟ ସାଇବିରାକୁ ଲଞ୍ଚ କରିଛି | ବିଶାଖାପାଟଣାର ମହାରାନୀପେଟା ପୁଲିସ ଷ୍ଟେସନରେ ଏହି ରୋବଟକୁ ରଖାଯାଇଛି | ଏକ ଷ୍ଟାର୍ଟଅପ କମ୍ପାନୀ ରୋବୋ କପଲର ପ୍ରାଇଭେଟ ଲିମିଟେଡ଼ ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରୁଥିବା ସମସ୍ୟାକୁ ସୁଧାରିବା ପାଇଁ ଏହି ରୋବଟର ଡିଜାଇନ କରିଛି |
Sambad is now on WhatsApp
Join and get latest news updates delivered to you via WhatsApp
ଲୋକମାନେ ଆସି ଏହି ରୋବଟ ସାମ୍ନାରେ ସେମାନଙ୍କ ଅଭିଯୋଗ ଦାଖଲ କରିବା ପରେ ସାଇବିରା ୨୪ ଘଣ୍ଟା ମଧ୍ୟରେ ଏହି ଅଭିଯୋଗକୁ ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କହିବ |
ପ୍ରତିଟି ଅଭିଯୋଗକୁ ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ତିନି ଦିନର ସର୍ବାଧିକ ସମୟ ଦିଆଯିବ | ସ୍ୱର ରେକର୍ଡିଙ୍ଗ ବା ଏହି ରୋବଟ ସହ ସଂଲଗ୍ନ ଲାପଟପ ସହାୟତାରେ ଅଭିଯୋଗ ଦାଖଲ କରିହେବ | ରୋବୋ କପଲର ପ୍ରାଇଭେଟ ଲିମିଟେଡ଼ର ସଦସ୍ୟ ଦୀନେଶ କୁମାର କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ପ୍ରଥମ ଥର ପାଇଁ ଏହାକୁ ଲଞ୍ଚ କରାଯାଇଛି | ଯାହାକି ମୂଳ ରୂପରେ ଇ-ପୁଲିସ ପାଇଁ ନିର୍ମାଣ କରାଯାଇଛି |