୧୩୫ କୋଟି ଟଙ୍କାର ଡ଼ଲଫିନ ରୋବଟ, ଆଖିରେ ନ ଦେଖିଲେ ବିଶ୍ୱାସ କରିବା କଷ୍ଟ

କାଲିଫର୍ଣ୍ଣିଆ: ଆପଣ ନିଶ୍ଚିତ ଭାବରେ ଟିଭିରେ ରୋବଟ ଦେଖିଥିବେ | ତେବେ କେବେ ଦେଖିଛନ୍ତି କି ମାଛ ଆକୃତିର ରୋବଟ | ଆମେରିକାରେ ଏବେ ଏମିତି ଏକ ରୋବଟ ନିର୍ମାଣ କରାଯାଇଛି ଯାହାକି ଦେଖିବାକୁ ଅବିକଳ ଡ଼ଲଫିନ ଭଳି ହୋଇଛି | ଆମେରିକାରେ ଏକ କମ୍ପାନୀ ୪ ଟନ ଓଜନର ବିଶାଳ ରୋବଟ ଡଲଫିନ୍ ତିଆରି କରାଯାଇଛି | ଏହାର ମୂଲ୍ୟ ପ୍ରାୟ ୧୮୫ କୋଟି ଟଙ୍କା ହୋଇଥିବାବେଳେ ଏହାର ଲମ୍ବ ପ୍ରାୟ ୨.୫ ମିଟର ରହିଛି | ମେଡିକାଲ୍ ଗ୍ରେଡ୍ ସିଲିକନ୍ ଦ୍ୱାରା ଏହି ରୋବଟକୁ ନିର୍ମାଣ କରାଯାଇଥିବାବେଳେ ପାଣିରେ ଏହା ସହଜରେ ଭାସିପାରିଥାଏ |

photo-Peta

କେବଳ ସେତିକି ନୁହେଁ, ଏହା ପ୍ରକୃତ ଡଲଫିନ୍ ପରି ଆଚରଣ କରିପାରିବ | ଲୋକଙ୍କ ଭିଡ଼ ସାମ୍ନାରେ ଏହା ଅନ୍ୟ ଡ଼ଲଫିନ ଭଳି କ୍ରୀଡା ପ୍ରଦର୍ଶନ କରିପାରିବ | ଏହି କଂପାନୀ ପୂର୍ବରୁ ହଲିଉଡ ଫିଲ୍ମମାନଙ୍କ ପାଇଁ କୁତ୍ରିମ ଜୀବଜନ୍ତୁ ନିର୍ମାଣ କରିଥିବାବେଳେ ଏବେ ଡ଼ଲଫିନ ରୋବଟ ନିର୍ମାଣ କରିଛି |

ଲସ୍ ଆଞ୍ଜେଲ୍ସର ଜନ୍ ସି ଆର୍ଗ ସ୍ବୀମ ଷ୍ଟାଡିୟମରେ ଏହି ରୋବଟକୁ ଏବେ ପ୍ରଦର୍ଶିତ କରାଯାଉଥିବାବେଳେ ଛୋଟ ଛୋଟ ପିଲାମାନଙ୍କୁ ଏବେ ଏହା ଆକର୍ଷିତ କରୁଛି | ସୂଚନା ମୁତାବକ ୟୁରୋପରେ ୨୦ ଟି ଦେଶ ସର୍କସରେ ପଶୁମାନଙ୍କ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି। କିନ୍ତୁ ଫ୍ଲୋରିଡା, ଓର୍ଲାଣ୍ଡୋ ଭଳି ସ୍ଥାନରେ ଡଲଫିନ୍ କ୍ରୀଡା ଦେଖିବାକୁ ପ୍ରତିବର୍ଷ ଶହ ଶହ ହଜାର ପର୍ଯ୍ୟଟକ ଆସିଥାନ୍ତି | ଆଉ ଏମାନଙ୍କ ସାମ୍ନାରେ ଖୁବ ଶୀଘ୍ର ରୋବଟ ଡ଼ଲଫିନ ଏହାର କ୍ରୀଡା ପ୍ରଦର୍ଶନ କରିବ |

ସମ୍ବନ୍ଧିତ ଖବର