ନଳା ସଫା କରିବ ରୋବୋଟ୍‌

ମୁମ୍ବାଇ: ଭାରତରେ ପ୍ରଥମ ଥର ପାଇଁ ରୋବୋଟ୍‌ ନଳା ସଫା କରିବ। ମୁମ୍ବାଇରେ ଚଳିତ ବର୍ଷ ପ୍ରୟୋଗାତ୍ମକଭାବେ ରୋବୋଟର ସହାୟତାରେ ନଳା ସଫେଇ କରାଯିବ। ଏହି ରୋବୋଟ୍‌କୁ ସ୍ୱତନ୍ତ୍ରଭାବେ ଇଟାଲିରୁ ଅଣାଯିବ। ଏହି ରୋବୋଟ୍‌ ଜରିଆରେ ମୁମ୍ବାଇର ୯୦ କିଲୋମିଟର ନଳା ସଫା କରିବାର ଲକ୍ଷ୍ୟ ରଖାଯାଇଛି। ଏହାର ପରିଣାମ ଦେଖିବା ପରେ ଆଗାମୀ କାର୍ଯ୍ୟକ୍ରମ ସ୍ଥିରୀକୃତ ହେବ।
ରୋବୋଟ୍‌କୁ ମାଧ୍ୟମରେ ଭିତରକୁ ପଠାଯିବ। ତା’ହାତରେ ସଫେଇ ଉପକରଣ ମଧ୍ୟ ରହିବ। ରୋବୋଟ୍‌ ପ୍ରତି ୧୦୦ ମିଟରର ଅଳିଆ ସଫା କରିବା ପରେ ତାକୁ ବାହାରକୁ ଆଣିବ। ଏହି ରୋବୋଟ୍‌କୁ ଏକ ରିମୋଟ୍‌ ଦ୍ୱାରା ସଞ୍ଚାଳିତ କରାଯିବ। ଥରେ ବାହାରେ ଅଳିଆ ପକାଇବା ପରେ ପୁଣି ରୋବୋଟ୍‌କୁ ଭିତରକୁ ପଠାଯିବ।

ଏହି ରୋବୋଟ୍‌ ଆଗାମୀ ବର୍ଷ ଜାନୁଆରି ମାସର ପ୍ରଥମ ସପ୍ତାହରେ ମୁମ୍ବାଇରେ ଆସି ପହଞ୍ଚିବ। ଏହି ରୋବୋଟ୍‌ କେଉଁ ଅଞ୍ଚଳର କେଉଁ ସବୁ ନଳାର ସଫା କରିବ,ତାହାର ତାଲିକା ପ୍ରସ୍ତୁତ ହେଉଛି। ରୋବୋଟ ଜରିଆରେ ନଳା ସଫେଇ କାମରେ ପ୍ରାୟ ୬୦ କୋଟି ଟଙ୍କା ଦୁଇ ବର୍ଷ ଭିତରେ ଖର୍ଚ୍ଚ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର