ରୋଲ୍ସ ରଏସ୍‌ କାର୍‌କୁ ୮ଫୁଟ ଉପରେ ଝୁଲାଇ ସଫା କରୁଥିଲା ମେକାନିକ୍‌, ହଠାତ୍‌ ନିୟନ୍ତ୍ରଣ ହରାଇ ମେକାନିକ୍‌ ଉପରେ ଖସି ପଡ଼ିଲା କାର୍‌, ତା’ ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟ ଥରାଇବା ଭଳି ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଦୁଇ ମେକାନିକ୍‌ ଦୁନିଆର ସବୁଠାରୁ ମହଙ୍ଗା କାର୍‌ ମଧ୍ୟରେ ଆସୁଥିବା ରୋଲ୍ସ ରଏସ୍‌ର ସଫେଇ କରୁଛନ୍ତି । ଭଲ ଭାବରେ ସଫା କରିବା ପାଇଁ କାର୍‌କୁ ତଳୁ ୮ଫୁଟ ଉଚ୍ଚରେ ଝୁଲାଇ ରଖା ଯାଇଛି । ଦୁହେଁ ସଫେଇ କାମରେ ବ୍ୟସ୍ତ ଥିବା ବେଳେ ହଠାତ୍‌ କାର୍‌ର ନିୟନ୍ତ୍ରଣ ବିଗିଡ଼ିବା ସହ କାର୍‌ଟି ଉପରକୁ ଉଠିବାକୁ ଲଗୁଛି । ଦୁଇ ମେକାନିକ୍‌ଙ୍କ ମଧ୍ୟରେ ଜଣେ ବାହାରକୁ ଆସି ଯାଇଥିବା ବେଳେ ଆଉ ଜଣେ ଉପରକୁ ଉଠୁଥିବା କାର୍‌କୁ ତଳକୁ ଟାଣୁଥିବା ଦେଖା ଯାଇଛି । ଠିକ୍‌ ସେତିକି ବେଳେ କାର୍‌ଟି ହଠାତ୍‌ ତଳକୁ ଖସି ପଡ଼ିବା ସହ ତଳେ ଥିବା ମେକାନିକ୍‌ ଜଣଙ୍କ ତଳେ ଚାପି ହୋଇ ଯାଉଛନ୍ତି ।

ଏହି ଘଟଣା ଘଟିବା ପରେ ପାଖରେ ଥିବା ଲୋକ ତୁରନ୍ତ ଆସି ତଳେ ଫସି ରହିଥିବା ମେକାନିକ୍‌ଙ୍କୁ ବାହାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓଟି ଚୀନ୍‌ର ବୋଲି ଜଣା ପଡ଼ିଥିବା ବେଳେ ମେକାନିକ୍‌ଙ୍କ ଘଟଣା ପରର ଅବସ୍ଥା କ’ଣ ତାହା ଜଣା ପଡ଼ି ପାରି ନାହିଁ ।

ସମ୍ବନ୍ଧିତ ଖବର