ରୁଟି ଛାଡ଼ି ପାଉଁରୁଟି ଖାଇ ବୋକାମି କରୁ ନାହାନ୍ତି ତ? ଜାଣନ୍ତୁ କାହିଁକିି?

ପାଉଁରୁଟିକୁ ନେଇ ବିଭିନ୍ନ ଖବରକାଗଜରେ ବାହାରୁଥିବା ବିଜ୍ଞାପନ ଦ୍ୱାରା ଆପଣମାନଙ୍କୁ ବୋକା ବନାଉଛନ୍ତି ପାଉରୁଟି ତିଆରି କରୁଥିବା କମ୍ପାନି! ଚାରିଟା ପାଉଁରୁଟି ଗୋଟେ ରୁଟି ସହ ସମାନ ହେଉ ବା ପାଉଁରୁଟି ଖାଇଲେ ଆପଣଙ୍କୁ ଶକ୍ତି ମିଳିବ କିମ୍ବା ଏହାକୁ ଖାଇବା ପାଇଁ କମ୍‌ ସମୟ ଲାଗେ, ଏମିତି କିଛି ବିଜ୍ଞାପନ ମାଧ୍ୟମରେ ଗ୍ରାହକମାନଙ୍କୁ ବୋକା ବନାଉଛନ୍ତି ପାଉଁରୁଟିର କମ୍ପାନି। ଗ୍ରାହକ ମାନେ ଏଭଳି ବିଜ୍ଞାପନରେ ଫସି ରୁଟି ଛାଡ଼ି ପାଉଁରୁଟି ଖାଇବାକୁ ପସନ୍ଦ କରୁଛନ୍ତି, ଯାହାକି ଭଲ ଅପେକ୍ଷା ଶରୀରର ଅଧିକ କ୍ଷତି କରାଉଛି ବୋଲି ବିଶେଷଜ୍ଞ କହନ୍ତି।

ପ୍ରଥମତଃ, ବ୍ରାଉନ୍‌ ବ୍ରେଡ଼୍‍ ଏବଂ ମଲ୍‌ଟିଗ୍ରେନ୍‌ ବ୍ରେଡ଼୍‍ ଖାଇବା ଦ୍ୱାରା କେବଳ ପେଟକୁ ସୁଗାର, ବଟର ଏବଂ ଫ୍ୟାଟ୍‌ ଯାଇଥାଏ, ଯାହାକି ଶରୀରର ଓଜନ ବଢ଼ାଇଥାଏ । ଏହି ପାଉଁରୁଟିରେ ବିଷେଶକରି ବ୍ରାଉନ୍‌ ବ୍ରେଡ଼୍‍ରେ ପ୍ରଚୁର ପରିମାଣରେ ରଙ୍ଗ ଦିଆଯାଇଥାଏ, ଯାହାକି ପାଟିକୁ ଭଲ ଲାଗୁଥିଲେ ମଧ୍ୟ ଶରୀର ପାଇଁ କ୍ଷତିକାରକ ଅଟେ । ଦ୍ୱିତୀୟରେ, ପାଉଁରୁଟିକୁ ଦୀର୍ଘ ଦିନ ସତେଜ ରଖିବା ପାଇଁ ଅଧିକ ମାତ୍ରାରେ ପ୍ରିଜରଭେଟିଭ୍‌ସ ବ୍ୟବହାର କରାଯାଇଥାଏ । ଏହା ଶରୀରରେ ରୋଗ ସୃଷ୍ଟି କରିଥାଏ । ତୃତୀୟରେ, ଏହା କେବଳ ଆପଣଙ୍କ ପେଟ ଭରୋ ଏହାର କିଛି ପ୍ରମାଣ ନାହିଁ କି ଏହା ଆପଣଙ୍କୁ ପୋଷଣ ଦେବ ବା ଆପଣଙ୍କ ଶରୀରର ଓଜନ କମାଇବ ।

ଅନ୍ୟ ପକ୍ଷରେ ରୁଟି କମ୍‌ ସମୟରେ ଖରାପ ହୋଇଯାଏ କାରଣ ଏଥିରେ କିଛି ପ୍ରିଜରଭେଟିଭ୍‌ସ ନ ଥାଏ । ତେବେ ଶରୀରକୁ ପୋଷଣ ଦେବା ସହ ସତେଜ ଏବଂ ସୁସ୍ଥ ରଖିଥାଏ ରୁଟି । ରୁଟିରେ ପ୍ରଚୁର ପରିମାଣରେ ସୋଡ଼ିୟମ, ପୋଟାସିୟମ, ଫାଇବର ଏବଂ ପ୍ରୋଟିନ ଥାଏ, ଯାହା ଶରୀରକୁ ସୁସ୍ଥ ରଖେ ।

କିଛି ଲୋକଙ୍କର ଭୁଲ ଧାରଣା ରହିଛି କି ରୁଟିରେ ଅଧିକ କ୍ୟାଲୋରି ରହିଛି । କିନ୍ତୁ ପ୍ରକୃତ କଥା ହେଲା, ରୁଟିରେ ୧୧୦ କ୍ୟାଲୋରି ଥିବା ବେଳେ ୨ଟି ପାଉଁରୁଟିରେ ୧୩୨ ଅସ୍ୱାସ୍ଥ୍ୟକର କ୍ୟାଲୋରି ରହିଥାଏ, ଯାହାକି ଶରୀରକୁ ହାନି ପହଞ୍ଚାଇଥାଏ ।

ସମ୍ବନ୍ଧିତ ଖବର