ଉତ୍ତର ଗ୍ରିସ୍ ଅନ୍ତର୍ଗତ କେନ୍ଦ୍ରୀୟ ମେସିଡୋନିୟାର ଥେସାଲୋନିକି ସହରରେ ‘ଆର୍ଚ୍ ଅଫ୍ ଗାଲେରିଅସ୍ ଓ ରୋଟୁନ୍ଡା’ର ଅବଶେଷ ଦେଖିବାକୁ ମିଳେ। ‘ରୋଟୁନ୍ଡା’ ଅର୍ଥ ଗୋଲାକାର ସ୍ଥାପତ୍ୟ। ଚତୁର୍ଥ ଶତାବ୍ଦୀରେ ରୋମାନ୍ ସମ୍ରାଟ୍ ଗାଲେରିଅସ୍ଙ୍କ ଶାସନ କାଳରେ ରୋଟୁନ୍ଡା ନିର୍ମିତ ହୋଇଥିଲା। ଏହା ରୋମ୍ର ପାନ୍ଥିଅନ୍ ପରି ଏକ ବିଶାଳ ସ୍ଥାପତ୍ୟ। ଏହା ପ୍ରଥମେ ଏକାଧିକ ରୋମାନ୍ ଦେବାଦେବୀଙ୍କ ମନ୍ଦିର ଥିଲା। ତେବେ, ସେଠାରେ ନିର୍ଦିଷ୍ଟ ଭାବେ କେଉଁ ଦେବାଦେବୀ ପୂଜା ପାଉଥିଲେ ଅଜଣା। ଗାଲେରିଅସ୍ ଏହାକୁ ନିଜର ସମାଧି ପାଇଁ ତିଆରିକରିଥିବା ମଧ୍ୟ ବିଶ୍ବାସ କରାଯାଏ। ତେବେ, ତାଙ୍କ ମୃତ୍ୟୁ ପରେ ଏହା ପାଲଟିଥିଲା ଗିର୍ଜା। ଗ୍ରିକ୍ ରକ୍ଷଣଶୀଳ ଗିର୍ଜା ବ୍ୟବସ୍ଥାରେ ଏହାର ନାମ ‘ଏଜିଅସ୍ ଜର୍ଜିଅସ୍’। ଏହାର ବ୍ୟାସ ୨୪.୫ ମିଟର୍। କାନ୍ଥର ମୋଟେଇ ୬ ମିଟର୍ରୁ ଅଧିକ। ତେଣୁ, ଏକଦା ଭୟଙ୍କର ଭୂମିକ˚ପର ସାମନା କରିଥିଲେ ହେଁ ସ˚ପୂର୍ଣ୍ଣ ଧ୍ବ˚ସ ହୋଇ ନ ଥିଲା। ୩୧୧ ଖ୍ରୀଷ୍ଟାବ୍ଦରେ ଗାଲେରିଅସ୍ଙ୍କ ମୃତ୍ୟୁ ଘଟିଥିଲା ଏବ˚ ତାଙ୍କୁ ସର୍ବିଆରେ କବର ଦିଆଯାଇଥିଲା। ରୋଟୁନ୍ଡାକୁ ଗିର୍ଜାରେ ପରିଣତ କରିବାକୁ ନିର୍ଦେଶ ଦେଇଥିଲେ ସମ୍ରାଟ୍ ପ୍ରଥମ କନ୍ଷ୍ଟାଣ୍ଟାଇନ୍। ପ୍ରାୟ ୧୨୦୦ ବର୍ଷ ଗିର୍ଜା ଭାବେ ବ୍ୟବହୃତ ହେବା ପରେ ୧୫୯୦ରେ ଅଟୋମାନ୍ ତୁର୍କ୍ମାନେ ମସ୍ଜିଦରେ ପରିଣତ କରିଥିଲେ। ୧୯୧୨ର ବଲ୍କାନ୍ ଯୁଦ୍ଧ ବେଳେ ଗ୍ରିକ୍ମାନେ ଥେସାଲୋନିକି ଅଧିକାର କଲା ପରେ ମସ୍ଜିଦ ପୁନର୍ବାର ଗିର୍ଜା ପାଲଟିଥିଲା। ୧୯୮୮ରେ ଏହା ବିଶ୍ବ ଐତିହ୍ୟ ଘୋଷିତ ହୋଇଥିଲା।
ରୋମ୍ର ପାନ୍ଥିଅନ୍ ପରି ଏକ ବିଶାଳ ସ୍ଥାପତ୍ୟ ‘ରୋଟୁନ୍ଡା ଅଫ୍ ଗାଲେରିଅସ୍’
/sambad/media/post_attachments/wp-content/uploads/2019/12/rotunda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)