ଏବେ ଓଡ଼ିଶା ବଜାରରେ ପ୍ରବେଶ କରିଛି ରୟାଲ୍ ଏନ୍ଫିଲ୍ଡର ଗୋନ୍ କ୍ଲାସିକ୍ ୩୫୦। ଏହାର ପ୍ରାରମ୍ଭିକ ମୂଲ୍ୟ ୨,୩୫,୦୦ ଟଙ୍କା (ଏକ୍ସ ସୋ’ରୁମ୍) ରହିଛି। ଏଥିରେ ୩୪୯ ସିସିର ୪ େଷ୍ଟ୍ରାକ୍ ଏୟାର୍କୁଲ୍ଡ ସିଙ୍ଗଲ୍ ସିଲିଣ୍ଡର୍ ଇଞ୍ଜିନ୍ ଥିବାବେଳେ ଏହାର ତେଲଟାଙ୍କି ଧାରଣ କ୍ଷମତା ୧୩ ଲିଟର୍ ଏବଂ ଓଜନ ୧୮୮ କିଲୋଗ୍ରାମ୍ ରହିଛି। ଗୋନ୍ କ୍ଲାସିକ୍ ୩୫୦ ପର୍ପଲ୍ ହେଜ୍, ସାକ୍ ବ୍ଲାକ୍, ଟ୍ରିପ୍ ଟିଲ୍ ଓ ରେଭ୍ ରେଡ୍ ପରି ଚାରିଟି ରଙ୍ଗରେ ଉପଲବ୍ଧ। ଏହାସହିତ ଏହି ବାଇକ୍ରେ ମିଡ୍-ଏପ୍ ହାଣ୍ଡେଲ୍ବାର୍, ଟ୍ୟୁବ୍ଲେସ୍ ସ୍ପୋକ୍, ହ୍ବାଇଟ୍ୱାଲ୍ ଟାୟାର୍, ୫ ସ୍ପିଡ୍ ଗିୟର୍ ବକ୍ସ, ଡୁଆଲ୍ ଚାନେଲ୍ ଏବିଏସ୍, ଟାଇଗର୍ ଆଇ ହେଡ୍ ଓ ଅଲ୍ ଏଲ୍ଇଡି ଲାଇଟ୍, ଲୋ-ସ୍ଲଙ୍ଗ୍ ବବର୍ ଷ୍ଟାଇଲ୍ ସିଟ୍ ଆଦି ବୈଶିଷ୍ଟ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଗୋନ୍ କ୍ଲାସିକ୍ ୩୫୦ ବାଇକ୍ପ୍ରେମୀ ଯୁବପିଢ଼ିକୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।
ରୟାଲ୍ ଏନ୍ଫିଲ୍ଡର ଗୋନ୍ କ୍ଲାସିକ୍ ୩୫୦
ଏବେ ଓଡ଼ିଶା ବଜାରରେ ପ୍ରବେଶ କରିଛି ରୟାଲ୍ ଏନ୍ଫିଲ୍ଡର ଗୋନ୍ କ୍ଲାସିକ୍ ୩୫୦। ଏହାର ପ୍ରାରମ୍ଭିକ ମୂଲ୍ୟ ୨,୩୫,୦୦ ଟଙ୍କା (ଏକ୍ସ ସୋ’ରୁମ୍) ରହିଛି। ଏଥିରେ ୩୪୯ ସିସିର ୪ େଷ୍ଟ୍ରାକ୍ ଏୟାର୍କୁଲ୍ଡ ସିଙ୍ଗଲ୍...
/sambad/media/media_files/2024/11/27/RAvYg6MuU2WxNq7Vsmdr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)