ରୟାଲ୍‌ ଏନ୍‌ଫିଲ୍‌ଡ ପକ୍ଷରୁ ନୂଆ ସ୍କ୍ରାମ୍‌ ୪୪୦ ବାଇକ୍‌ର ବଜାର ପ୍ରବେଶ ହୋଇଛି। ଏହା ଚାଳକକୁ ଏକ ମଜାଦାର ଅନୁଭୂତି ପ୍ରଦାନ କରିବା ସହିତ ‌ଯେକୌଣସି ପରିସ୍ଥିତିରେ ଓ ସ୍ଥାନରେ ଚାଳକଙ୍କ ପା‌ଇଁ ଉପାଦେୟ ସାବ୍ୟସ୍ତ ହେବ ବୋଲି କମ୍ପାନି କହିଛି। ସ୍କ୍ରାମ୍‌ ୪୪୦ର ପ୍ରାରମ୍ଭିକ ମୂଲ୍ୟ ରହିଛି ୨,୦୮,୦୦୦ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୬ ସ୍ପିଡ୍‌ ଗିୟର୍‌ବକ୍ସ ସହିତ ୪ ଷ୍ଟ୍ରୋକ୍‌ ଏୟାର୍‌-କୁଲ୍‌ଡ ୪୪୩ ସିସିର ଇଂଜିନ୍‌ ରହିଛି। ଏହାର ଓଜନ ୧୭୯ କିଲୋଗ୍ରାମ୍‌ ଏବଂ ଏଥିରେ ଇଲେକ୍ଟ୍ରୋନିକ୍‌ ଫୁଏଲ୍‌ ଇଞ୍ଜେକ୍‌ସନ୍‌ ଓ ୧୫ ଲିଟର୍‌ ତେଲଟାଙ୍କି ମଧ୍ୟ ରହିଛି।

Advertisment

 ଏହାସହିତ ଇଲେକ୍ଟ୍ରିକ୍‌ ଷ୍ଟାର୍ଟ ସିଷ୍ଟମ୍‌, ଡୁଆଲ୍‌ ଚାନେଲ୍‌ ସ୍ବିଚେବଲ୍‌ ଏବିଏସ୍‌, ଟପ୍‌ ଆଲଏ ହ୍ବିଲ୍‌ସ, ଟ୍ୟୁବ୍‌ଲେସ୍‌ ଟାୟାର୍‌, ଏଲ୍‌ଇଡି ‌େହଡ୍‌ଲାଇଟ୍‌, ଟପ୍‌ ବକ୍ସ, ଉନ୍ନତ ବ୍ରେକିଂ ସିଷ୍ଟମ୍‌, ଡିଜିଟାଲ୍‌-ଆନାଲଗ୍‌ କ୍ଲଷ୍ଟର୍‌, ଟାଇପ୍‌-ଏ ୟୁଏସ୍‌ବି ଚାର୍ଜର୍‌ ପରି ବୈଶିଷ୍ଟ୍ୟ ମଧ୍ୟ ରହିଛି। ସ୍କ୍ରାମ୍‌ ୪୪୦ ‘ଫୋର୍ସ’ ଓ ‘‌େଟ୍ରଲ୍‌’ ପରି ଦୁଇଟି ଭାରିଆଣ୍ଟ୍‌ରେ ଆସିଛି। ଏହାର ଫୋର୍ସ ମଡେଲ୍‌ ବ୍ଲୁ, ଗ୍ରେ ଓ ଟିଲ୍‌ ପରି ତିନିଟି ରଙ୍ଗରେ ଏବଂ ଟ୍ରେଲ୍‌ ମଡେଲ୍‌ ବ୍ଲୁ ଓ ଗ୍ରିନ୍‌ ପରି ଦୁଇଟି ରଙ୍ଗରେ ଉପଲବ୍ଧ ହେଉଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।