ମୁମ୍ବାଇ: ଜଣେ ଆରପିଏଫ୍ ପୁଲିସ ପ୍ଲାଟଫର୍ମରୁ ସାତ ବର୍ଷର ପୁଅକୁ ମୃତ୍ୟୁମୁଖରୁ ବଞ୍ଚାଇଥିବାର ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ପିଲାଟି ମା’ ସହିତ ଟ୍ରେନ୍ରେ ଚଢ଼ୁଥିବା ସମୟରେ ହଠାତ୍ ପ୍ଲାଟଫର୍ମ ଓ ରେଳଧାରଣା ମଝିରେ ଥିବା ଫାଙ୍କାସ୍ଥାନରେ ଖସି ପଡ଼ିଥିଲା। ତେବେ ଡିୟୁଟିରେ ଥିବା ରେଳ ସୁରକ୍ଷା କର୍ମଚାରୀ ତତ୍କ୍ଷଣାତ୍ ଦଉଡି ଯାଇ ପିଲାଟିକୁ ଉଦ୍ଧାର କରି ନେଇଥିଲେ।
ସୂଚନାଯୋଗ୍ୟ, ରେଳ ଷ୍ଟେସନ୍ରେ ଲାଗିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ୭ବର୍ଷର ପିଲା ଓ ତାର ମା’ ଶିଢ଼ିରେ ଓହ୍ଲାଇ ଚର୍ଚ୍ଚଗେଟ ଅଭିମୁଖେ ଯାଉଥିବା ଟ୍ରେନ୍ରେ ବସିବାକୁ ଆସୁଛନ୍ତି। ଟ୍ରେନ୍ଟି ପୂର୍ବରୁ ପ୍ଲାଟଫର୍ମରେ ଛିଡା ହୋଇଛି। ତେବେ ମା’ ଓ ପୁଅ ଦୁହେଁ ଟ୍ରେନ୍ରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ମା’ ଟ୍ରେନ୍ରେ ଚଢ଼ିବାରେ ସଫଳ ହୋଇଥିବା ବେଳେ ପିଲାଟି ମା’ ହାତ ଛାଡ଼ି ପ୍ଲାଟଫର୍ମରେ ଖସି ପଡ଼ିଥିଲା। ସେହି ସମୟରେ ଡିୟ୍ୟୁଟିରେ ସୁନିଲ ନାପା ଥିଲେ। ସେ ସଙ୍ଗେସଙ୍ଗେ ଦେଉଡି ଯାଇ ପିଲାଟିକୁ ଉଦ୍ଧାର କରି ନେଇଥିଲେ। ଟ୍ରେନ୍ରେ ଚଢ଼ି ଯାଇଥିବା ମା’ ଭାୟାନ୍ଦର ଷ୍ଟେସନ୍ରେ ପହଞ୍ଚି ପିଲାକୁ ନେବା ପାଇଁ ନୟାଗାଁକୁ ଆସିଥିଲେ। ସେଠାରେ ପହଁଞ୍ଚି ପିଲାକୁ ପାଇ ମା’ ଆଶ୍ୱସ୍ତି ଅନୁଭବ କରିଥିଲେ। ଅନ୍ୟ ଏକ ଟ୍ରେନ୍ ଧରି ତାଙ୍କ ଘର ମିରା ରୋଡକୁ ଯାଇଥିଲେ।
ଆର୍ପିଏଫ୍ ଅଧିକାରୀଙ୍କ କହିବାନୁସାରେ, ନେପାର ଉପସ୍ଥିତ ବୁଦ୍ଧି ହେତୁ ପିଲାର ଜୀବନ ବଞ୍ଚି ପାରିଛି। ଏଥିପାଇଁ ନେପାଙ୍କୁ ଅନେକ ଧନ୍ୟବାନ ଦେବା ସହିତ ତାଙ୍କୁ ପ୍ରଶଂସା ପତ୍ର ବି ପ୍ରଦାନ କରାଯାଇଛି।