ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ଆରପିଏଫର ଯବାନ ମୃତ୍ୟୁମୁଖରୁ ଯୁବକଙ୍କୁ ଏପରି ବଞ୍ଚାଇଲେ

ମୁମ୍ବାଇ: ମୁମ୍ବାଇରେ ଜଣେ ବ୍ୟକ୍ତି ଏକ ଚଳନ୍ତା ଟ୍ରେନରେ ଚଢିବାକୁ ପ୍ରୟାସ କରୁଥିବା ବେଳେ ମୃତ୍ୟୁ ମୁଖରୁ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଥିଲା। ଏହି ବ୍ୟକ୍ତିଙ୍କର ଜୀବନ ଜଣେ ଆରପିଏଫର ଯବାନ ରକ୍ଷା କରିଥିଲେ। ଏହି ଘଟଣାର ପୁରା ଭିଡିଓ ଷ୍ଟେସନରେ ଲାଗିଥିବା ସିସିଟିଭିରେ କୈଦ ହୋଇଥିଲା ଏବଂ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଘଟଣା ଜୁଲାଇ ୧୪ ତାରିଖରେ ହୋଇଥିବା କୁହାଯାଉଛି । ପନବେଲ ରେଲୱେ ଷ୍ଟେସନରେ ରବି ବାଲୁ ନାମକ ଜଣେ ବ୍ୟକ୍ତି ଏକ ଚଳନ୍ତା ଟ୍ରେନରେ ଚଢିବାକୁ ପ୍ରୟାସ କରିଥିଲେ । କିନ୍ତୁ ଟ୍ରେନଟି ଦ୍ରୁତ ଗତିରେ ଚାଲି ଯିବା ହେତୁ ବ୍ୟକ୍ତିଜଣଙ୍କ ପ୍ଲାଟଫର୍ମରେ ଘୋଷାଡି ହୋଇଯାଇଥିଲେ ।

ଏହା ପୂର୍ବରୁ ସେ ରେଲୱେ ଟ୍ରାକରେ ପଡିଯାଇଥାନ୍ତେ, ସେଠାରେ ଉପସ୍ଥିତ ଥିବା ଆରପିଏଫ ଯବାନ ବିନୋଦ ସିନ୍ଦେ ଉପସ୍ଥିତ ବୁଦ୍ଧି ଖଟାଇ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ଏଥିରେ ଯବାନ ଜଣଙ୍କ ମଧ୍ୟ ସାମାନ୍ୟ ଆହାତ ହୋଇଛନ୍ତି । ଏହି ଘଟଣା ପରେ ବିନୋଦଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି।

ସମ୍ବନ୍ଧିତ ଖବର