ମୁମ୍ବାଇ: ଜୀବନ ଯାଉ ଯାଉ ବଞ୍ଚିଗଲା | ନିଶ୍ଚିତ ମୃତ୍ୟୁରୁ ବଞ୍ଚାଇ ଦେଲେ ଯବାନ | ଟ୍ରେନ ତଳେ ଚାପି ହେବାକୁ ଯାଉଥିବା ଯୁବକଙ୍କୁ ଟାଣି ଆଣିଲେ ଆରପିଏଫ ଯବାନ | ଗତକାଲି ମହାରାଷ୍ଟ୍ରର ବସଇ ରେଳ ଷ୍ଟେସନରେ ଘଟିଛି ଏଭଳି ଘଟଣା | ଏହି ସମୟର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି | ଭାଇରାଲ ଭିଡିଓରେ ଆରପିଏଫ ଯବାନଙ୍କ ସେହି ମହତ କାମ ସ୍ପଷ୍ଟ ଭାବେ ଦେଖାଯାଉଛି |
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଗୋଡୋ ଖସିଯାଇଥିଲା | ଏହା ପରେ ସେ ଟ୍ରେନ ସହ ଘୋଷାଡ଼ି ହୋଇ ଆଗକୁ ଚାଲିଯାଇଥିଲେ | ହେଲେ ରେଳଧାରଣାକୁ ଖସିବା ପୂର୍ବରୁ ବଞ୍ଚାଇବା ପାଇଁ ଦୌଡ଼ି ଚାଲିଆସିଥିଲେ ଆରପିଏଫ ଯବାନ | ତୁରନ୍ତ ସେ ଯାତ୍ରୀଙ୍କୁ ବାହାରକୁ ଟାଣି ଆଣି ତାଙ୍କ ଜୀବନ ବଞ୍ଚାଇଥିଲେ |
#WATCH | Maharashtra: An RPF (Railway Protection Force) jawan rescued a passenger who fell down on the railway platform while trying to board a moving train at Vasai Railway Station on 23rd January. pic.twitter.com/Pxy2u467ZJ
— ANI (@ANI) January 24, 2022
ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଏଭଳି ଅନେକ ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଠି ଦେବଦୂତ ସାଜି ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ଅନେକ ଆରପିଏଫ ଯବାନ |