ନୂଆଦିଲ୍ଲୀ: ସମୟସମୟରେ ଦେଖାଯାଏ ସାମାନ୍ୟ ଆଘାତ ଲାଗି ମଣିଷର ଜୀବନ ଚାଲି ଯାଉଥିବା ବେଳେ ବଡ଼ବଡ଼ ବିପଦରୁ ବି ଜୀବନ ରକ୍ଷା ପାଇଯାଇଥାଏ। ଏଭଳି କ୍ଷେତ୍ରରେ କେବଳ ଏହାହିଁ କୁହାଯାଇପାରେ, ‘ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ’।
ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୁରୁଲିଆ ଷ୍ଟେସନରେ । ଯେଉଁଠାରେ ଜଣେ ମହିଳା ଆରପିଏଫ୍ କନଷ୍ଟେବଳ ଦେବଦୂତ ଭଳି ଆସି ମୃତ୍ୟୁ ମୁଖରୁ ଜଣେ ବୃଦ୍ଧଙ୍କୁ ରକ୍ଷା କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖାଯାଉଛି ଜଣେ ବୃଦ୍ଧ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି । ଏହି ସମୟରେ ହଠାତ୍ ତାଙ୍କ ଗୋଡ଼ ଖସିଯାଉଛି ଏବଂ ତାଙ୍କର ଅଧା ଶରୀର ଟ୍ରେନରେ ଓ ଅଧା ପ୍ଲାଟଫର୍ମରେ ଝୁଲି ରହୁଛି। । ଆଉ ଏହି ସମୟରେ ସେଠାରେ ଥିବା ମହିଳା ଆରପିଏଫ୍ କନଷ୍ଟେବଳ ପଲ୍ଲବୀ ବିଶ୍ବାସ ଘଟଣାସ୍ଥଳକୁ ଧାଇଁ ଆସି ସାହସିକତାର ସହ ବୃଦ୍ଧଙ୍କୁ ମୃତ୍ୟୁମୁଖରୁ ଟାଣି ଆଣୁଛନ୍ତି। ଫଳରେ ଅଳ୍ପକେ ରକ୍ଷା ପାଇଯାଉଛନ୍ତି ବୃଦ୍ଧ।
ଏହି ସଂପୂର୍ଣ୍ଣ ଘଟଣା ପ୍ଲାଟଫର୍ମରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା ।
#Narishakti: From creating to saving lives
In the face of danger, #RPF Constable Pallabhi Biswas acted with swift courage and saved the life of a passenger at Purulia station.#MissionJeevanRaksha#WeServeAndProtect#SewaHiSankalppic.twitter.com/wHkubgfeuY
— RPF INDIA (@RPF_INDIA) April 26, 2023
ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଲୋକେ ଉକ୍ତ ମହିଳା ଆରପିଏଫ୍ ଯବାନଙ୍କ ସାହସିକତାକୁ ଖୁବ୍ ପ୍ରଶଂସା କରୁଛନ୍ତି । କିଛି ସୋସିଆଲ ମିଡିଆ ବ୍ୟବହାରକରୀ ମହିଳା ଆରପିଏଫ କନଷ୍ଟେବଳ ପଲ୍ଲବୀ ବିଶ୍ବାସ ବୃଦ୍ଧଙ୍କ ଜୀବନ ବଞ୍ଚାଇ ଥିବାରୁ ତାଙ୍କର ମଙ୍ଗଳମୟ ଜୀବନର କାମନା ମଧ୍ୟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/2-19.jpg)