‘ଓସ୍କାର୍’ ବିଜୟୀ ‘ନାଟୁ ନାଟୁ’ ଗୀତ ପାଇଁ ୨ ବର୍ଷ ଧରି ନିଜକୁ ଫିଟ୍ କରିବାରେ ଲାଗିଥିଲେ ରାମ ଚରଣ
ନୂଆଦିଲ୍ଲୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍’ରେ ‘ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଛି। ଏଥିସହିତ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଫିଚର ଫିଲ୍ମ ଭାବେ ‘ଆର୍ଆର୍ଆର୍’ ଇତିହାସ ସୃଷ୍ଟି କରିଛି।
ଆପଣ ଜାଣନ୍ତି କି ‘ଆର୍ଆର୍ଆର୍’ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଅଭିନେତା ରାମ ଚରଣ ୨ ବର୍ଷ ପୂର୍ବରୁ ନିଜ ବଡି ବନାଇବାରେ ଲାଗି ପଡ଼ିଥିଲେ। ‘ଓସ୍କାର୍’ ବିଜୟୀ ହୋଇଥିବା ‘ନାଟୁ ନାଟୁ’ ଗୀତରେ ଜୁନିଅର୍ ଏନ୍ଟିଆର୍ ଓ ରାମଚରଣଙ୍କୁ ଆପଣ ଖୁବ୍ ବିନ୍ଦାସ ଅନ୍ଦାଜରେ ନୃତ୍ୟ ପ୍ରଦର୍ଶନ କରିଥିବାର ଦେଖିଥିବେ।
ତେବେ ଏହି ବିନ୍ଦାସ ନାଚ ପାଇଁ ନିଜକୁ ଫିଟ୍ କରିବାକୁ ୨ ବର୍ଷ ହେଲା କଠିନ ପରିଶ୍ରମ କରୁଥିଲେ ରାମ ଚରଣ। ‘ଆର୍ଆର୍ଆର୍’ ପାଇଁ ରାମ ଚରଣ କେତେ ପରିଶ୍ରମ କରିଛନ୍ତି ତାହା ତାଙ୍କ ପ୍ରଶିକ୍ଷକ ନିକଟରେ ପ୍ରକାଶ କରିଛନ୍ତି।
ମସ୍କୁଲାର୍ ଲୁକ୍ ପାଇଁ ରାମ ଚରଣ ନିଜର ଡାଏଟ୍ ମାନିବା ସହ ବ୍ୟାୟାମର ବି ବେଶ୍ ଧ୍ୟାନ୍ ଦେଇଥିଲେ। ଲକ୍ଡାଉନ୍ ସମୟରେ ସେ କେବଳ ଘରେ ରହି ୱାର୍କଆଉଟ୍ କରୁଥିଲେ।
ରାମ ଚରଣ ସକାଳ ଜଳଖିଆରେ ଓଟ୍ସ, ପ୍ରୋଟିନ୍ ସେକ୍, ଅଙ୍ଗୁର ଖାଇଥାନ୍ତି। ଅମୃତଭଣ୍ଡା ବି ଖାଇଥାନ୍ତି। ଦ୍ବିପ୍ରହରରେ ଟୋଷ୍ଟ୍, ପନିର୍, ଉପମା, ସାଲାଡ୍ ଖାଇଥାନ୍ତି। ସଂଧ୍ୟାରେ ସେ ଭେଜିଟେବଲ୍ ସୁପ୍ ନହେଲେ ଦହି ନେଇଥାନ୍ତି। ରାତିରେ ସେହି ସୁପ୍, ଟୋଷ୍ଟ୍, ପନିର୍ ଖାଇଥାନ୍ତି।