କେଶ-ସଜ୍ଜା ପାଇଁ ପନ୍ଦର ଲକ୍ଷ!

ଇ˚ଲଣ୍ତ୍‌ର ନାପିତମାନେ ସାଧାରଣ କେଶ ସଜ୍ଜା ପାଇଁ ଦଶ ପାଉଣ୍ଡ୍‌ ନିଅନ୍ତି। ତେବେ, ସେଠାକାର ମେଫେୟାର‌୍‌ ଅନ୍ତର୍ଗତ ଡୋର‌୍‌ଚେଷ୍ଟର‌୍‌ ହୋଟେଲ୍‌ରେ ସାଲୁନ୍‌ ଚଳାଉଥିବା କେନ୍‌ ମୋଡିଷ୍ଟୁ ଏକକ କେଶ-ସଜ୍ଜା ବାବଦକୁ ଭାରତୀୟ ମୁଦ୍ରାରେ ପାଉଛନ୍ତି ପ୍ରାୟ ପନ୍ଦର ଲକ୍ଷ ଟଙ୍କା। ବ୍ରୁନେଇର ସୁଲତାନଙ୍କ ସୌଜନ୍ୟରୁ ସେ ଏହି ପରିମାଣର ଅର୍ଥ ରୋଜଗାର କରୁଛନ୍ତି। କେନ୍‌ ଷୋହଳ ବର୍ଷ ହେଲା ସୁଲତାନଙ୍କ କେଶ କାଟୁଛନ୍ତି। ଏଥି ପାଇଁ ତିନି-ଚାରି ସପ୍ତାହରେ ଥରେ ତାଙ୍କୁ ବ୍ରୁନେଇ ଆସିବାକୁ ପଡ଼େ। ସେ ବିମାନରେ ପ୍ରଥମ ଶ୍ରେଣୀରେ ଆସନ୍ତି। ରହନ୍ତି ରାଜକୀୟ ପ୍ରାସାଦରେ। ତାଙ୍କର ସମସ୍ତ ଖର୍ଚ୍ଚ ବହନ କରନ୍ତି ସୁଲତାନ।

ସମ୍ବନ୍ଧିତ ଖବର