‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’; ଜାଣନ୍ତୁ କେଉଁ ଲୋକ ଆଗରେ କ’ଣ କରିବେ ନାହିଁ

ଛୋଟ ବାକ୍ୟଟିରୁ ବେଳେ ବେଳେ ବଡ଼ ବଡ଼ କଥା ସଂପର୍କରେ ଜାଣିବାକୁ ମିଳେ। ଆମ ଓଡ଼ିଆରେ ଅଗଣିତ ରୂଢ଼ି ରହିଛି। ଏହି ରୂଢ଼ିର ପ୍ରୟୋଗ କେବଳ ସାହିତ୍ୟକୁ ମଜ୍‌ବୁତ କରେ ନାହିଁ, ବରଂ ଦୈନନ୍ଦିନ ଜୀବନରେ ବି ଏହାର ଖୁବ୍‌ ପ୍ରଭାବ ରହିଛି। ଆଜି ଆମେ ଆଲୋଚନା କରିବା ‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’। ଏହି ରୂଢ଼ିଟିର ଅର୍ଥ ହୁଏତ ଆପଣ ଅନୁମାନ କରି ସାରିବେଣି। ତାହାର ମର୍ମ ଆଜି ଆମେ ଆପଣଙ୍କୁ ବତାଇବୁ।

‘ଅନ୍ଧ ଦେଶେ ଗଲି ଦର୍ପଣ ବିକି’ ଅର୍ଥାତ, ଜଣେ ଅନ୍ଧର ଦର୍ପଣ ସହିତ କ’ଣ ସଂପର୍କ! ଦର୍ପଣ ଯେତେ ବି ସୁନ୍ଦର ହେଉ ଅନ୍ଧର କ’ଣ ସେ କେବେ କାମରେ ଆସେ? ଆପଣ ଯଦି ଅନ୍ଧମାନଙ୍କ ଦେଶକୁ ଦର୍ପଣ ବିକିବା ପାଇଁ ବାହାରନ୍ତି ତେବେ କ’ଣ ଆପଣ ବିକ୍ରି କରିପାରିବେ। କିଏ ବା ସେଠାରେ ଆପଣଙ୍କ ଦର୍ପଣ କିଣିବ?

ଠିକ୍‌ ସେହିପରି ନିଜର ଜ୍ଞାନ, ଉପଦେଶ ପରାମର୍ଶ ଦେବା ବେଳେ ସତର୍କ ହୁଅନ୍ତୁ। ସତର୍କ ହୁଅନ୍ତୁ ଯେ ଆପଣଙ୍କ ମୁହଁରୁ ବାହାରୁଥିବା କଥାକୁ ସାମ୍ନା ଲୋକ ବୁଝୁଛନ୍ତି ତ? ଗ୍ରହଣ କରୁଛନ୍ତି ତ? ଯଦି ନା, ତେବେ ସେଠାରେ ଆପଣ ନିଜ ମତାମତ ରଖିବା ଏହି ରୂଢ଼ିଟି ସହ ସମାନ।

ଖାଲି କଥା ନୁହେଁ, ଆବଶ୍ୟକ ନପଡ଼ିଲେ ଅନ୍ୟର କାମରେ ହସ୍ତକ୍ଷେପ କରନ୍ତୁ ନାହିଁ। ଆପଣ ହୁଏତ ଅନ୍ୟକୁ ସାହାଯ୍ୟ କରିବା ଉଦେଶ୍ୟରେ କାମ କରିବାକୁ ଭାବୁଥିବେ ମାତ୍ର ସବୁଲୋକ ତାହାର ମର୍ଯ୍ୟାଦା ବୁଝି ଯେ ତାହାକୁ ସମ୍ମାନ ଦେବେ ତାହାର କିଛଇ ମାନେ ନାହିଁ।

ସମ୍ବନ୍ଧିତ ଖବର