ରମ୍‌ ସ˚ଗ୍ରାହକ ଷ୍ଟିଭ୍‌ ରେମ୍‌ସବର୍ଗ‌୍‌

ମାର୍କିନ୍‌ ନାଗରିକ ଷ୍ଟିଭ୍‌ ରେମ୍‌ସବର୍ଗ‌୍‌ ଜଣେ ରମ୍‌ ସ˚ଗ୍ରାହକ। ହଜାରେରୁ ଅଧିକ ବୋତଲ ଭିନ୍ନ ଭିନ୍ନ ବ୍ରାଣ୍ତ୍‌ର ରମ୍‌, ସେ ନିଜ ଘରେ ସଂଗ୍ରହ କରିରଖିବା ସହ ସର୍ବସାଧାରଣଙ୍କ ପାଇଁ ମଧ୍ୟ ପ୍ରଦର୍ଶନ କରୁଛନ୍ତି। ସେ ଦେଶ-ବିଦେଶରୁ ସେଗୁଡ଼ିକ ସ˚ଗ୍ରହ କରିଥିବା ପ୍ରକାଶ। ରମ୍‌ ପ୍ରତି ତାଙ୍କର ଅନେକ ଦୁର୍ବଳତା। କେବଳ ରମ୍‌ ହିଁ ପିଅନ୍ତି। ପ୍ରାୟ ପଚାଶ ବର୍ଷ ତଳେ ରମ୍‌ ସ˚ଗ୍ରହ ଆରମ୍ଭ କରିଥିଲେ। ଏବେ ବି ଚାଲିଛି। ତାଙ୍କ ସ˚ଗ୍ରହାଳୟରେ ପ୍ରଦର୍ଶିତ ଅଧିକାଂଶ ରମ୍‌ ଜାମାଇକା, ବେର୍ବାଡୋସ୍‌, ଆଣ୍ଟିଗୁଆ, କ୍ୟୁବା, ଡୋମିନିକା, ଗ୍ରେନାଡା ଆଦି କାରିବିୟାନ୍‌ ଦେଶରେ ପ୍ରସ୍ତୁତ। ପ୍ରଦର୍ଶକ କୌଣସି ବୋତଲର ଠିପି ଖୋଲିନାହାନ୍ତି। ପିିଇବା ଓ ପିଆଇବା ପାଇଁ ଅଲଗା ରମ୍‌ ରଖିଛନ୍ତି। ତାଙ୍କଠାରୁ ପ୍ରକାଶ ଯେ, ସେ ସର୍ବଦା ଗୋଟିଏ ବ୍ରାଣ୍ତ୍‌ର ଦୁଇଟି ବୋତଲ କିଣନ୍ତି। ଗୋଟିଏ ବୋତଲ ପିଅନ୍ତି ଏବ˚ ଅନ୍ୟଟିକୁ ସ˚ଗ୍ରହାଳୟରେ ସ୍ଥାନ ଦିଅନ୍ତି।

ସମ୍ବନ୍ଧିତ ଖବର