କୁହାଯାଏ, କୌଣସି ପ୍ରତିଯୋଗିତାରେ ବିଜୟ ହାସଲ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ସେଥିରେ ଉତ୍ସାହର ସହ ଭାଗ ନେବା ହେଉଛି ତା’ଠୁ ଅଧିକ ମହତ୍ତ୍ବପୂର୍ଣ୍ଣ। ଏହି କ୍ରମରେ ଏ ବର୍ଷର ଟାଟା ମୁମ୍ବାଇ ମାରାଥନ୍ର ଅଷ୍ଟାଦଶ ସଂସ୍କରଣରେ ଜଣେ ୮୦ ବର୍ଷୀୟାଙ୍କ ଉତ୍ସାହୀ ଅଂଶଗ୍ରହଣ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି। ପ୍ରତିବର୍ଷ ଜାନୁଆରି ତୃତୀୟ ରବିବାରରେ ହୋଇ ଆସୁଥିବା ଏହି ବାର୍ଷିକ ପ୍ରତିଯୋଗିତା କୋଭିଡ୍ ମହାମାରୀ ପାଇଁ ବିଗତ ଦୁଇ ବର୍ଷ ହେଲା ବନ୍ଦ ରହିଥିଲା। ଏ ବର୍ଷ ଏହି ମାରାଥନ୍ ଦୌଡ଼ରେ ୫୫ ହଜାରରୁ ଅଧିକ ଦୌଡ଼ାଳି ଭାଗ ନେଇଥିଲେ। ତେବେ ସେମାନଙ୍କ ମଧ୍ୟରେ ଭାରତୀ ନାମ୍ନୀ ଏହି ବୃଦ୍ଧା ଜଣକ ୫୧ ମିନିଟ୍ରେ ୪.୨ କି.ମି. ଅତିକ୍ରମ କରିବା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାତୁଣୀ ଡିମ୍ପଲ ମେହଟା ଫର୍ଣ୍ଣାଣ୍ଡିସ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଭିଡିଓ କ୍ଲିପିଂରେ ଭାରତୀ ଶାଢ଼ି ପିନ୍ଧି ହାତରେ ତ୍ରିରଙ୍ଗା ଧରି ଶାଳୀନତାର ସହ ଦୌଡ଼ୁଥିବାର ଦୃଶ୍ୟ ଅନ୍ୟମାନଙ୍କୁ ଅଭିଭୂତ କରିଦେଇଛି। ସେ ଏକା ସମୟରେ ନିଜର ଶାରୀରିକ ସୁସ୍ଥତା ଓ ଦୃଢ଼ ମନୋବଳର ପରିପ୍ରକାଶ କରିଛନ୍ତି। ଦୌଡ଼ରେ ଭାଗନେଇଥିବା ଅନ୍ୟ ସହଯାତ୍ରୀମାନଙ୍କ ସମେତ ସାମାଜିକ ଗଣମାଧ୍ୟମର ଅନୁଗାମୀମାନେ ଭାରତୀଙ୍କୁ ତାଙ୍କ ଉତ୍ସାହ ଓ ଉଦ୍ଦୀପନା ପାଇଁ ପ୍ରଶଂସାରେ ପୋତି ପକାଇଛନ୍ତି।
୮୦ ବର୍ଷରେ ମାରାଥନ୍ ଦୌଡ଼
/sambad/media/post_attachments/wp-content/uploads/2023/01/654sf654sf65sffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)