ଆକ୍ରମଣ ପାଇଁ ପ୍ରତିଦିନ ଋଷ ଖର୍ଚ୍ଚ କରୁଛି ଏତେ ଟଙ୍କା, ଦେବାଳିଆ ହେବା ଡରରେ ଶୀଘ୍ର ଦଖଲ ପାଇଁ କହିଲେ ପୁଟିନ୍

ନୂଆଦିଲ୍ଲୀ: ଗତ ୪ଦିନ ହେଲାଣି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ୟୁକ୍ରେନକୁ ଦଖଲ କରିବା ପାଇଁ ଋଷ ସମସ୍ତ ଶକ୍ତି ଲଗାଇଦେଇଥିବା ସହ ଦିନକୁ ଦିନ ୟୁକ୍ରେନର ଗୋଟେ ପରେ‌ ଗୋଟେ ସହରକୁ ଅକ୍ତିଆର କରି ଚାଲିଛି। ତେବେ ଏପର୍ଯ୍ୟନ୍ତ ୟୁକ୍ରେନକୁ ଦଖଲ କରିବାର ପ୍ରକ୍ରିୟ‌ା ଶେଷ ହୋଇପାରୁନଥିବାରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚିନ୍ତାରେ ଥିବା ଜଣାପଡ଼ିଛି। ପ୍ରତିଦିଦ ଯୁଦ୍ଧ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାକୁ ଦେଖି ଯେତେଶୀଘ୍ର ସମ୍ଭବ ଦଖଲ ପ୍ରକ୍ରିୟା ଶେଷ କରିବାକୁ ପୁଟିନ୍ ସେନାକୁ ନିର୍ଦ୍ଦେଶ ଦେଇଥିବା ନେଇ ଚର୍ଚ୍ଚା ହେଉଛି।

navbharattimes

ୟୁରୋପୀୟ ସଂଘର ସାଂସଦ ରିହୋ ଟେରାସ ଦାବି କରିଛନ୍ତି ଯେ ପ୍ରତିଦିନ ଯୁଦ୍ଧରେ ୨୦ବିଲିୟନ ଡଲାର ଖର୍ଚ୍ଚ ହେଉଛି। ଏଥି ସହିତ ଆମେରିକା ଏବଂ ୟୁରୋପୀୟ ଦେଶମାନେ ଋଷ ଉପରେ ଲଗାଇଥିବା ଆର୍ଥିକ କଟକଣାକୁ କଡାକଡି କରିଥିବାରୁ ଏବେ ଚିନ୍ତାରେ ପଡ଼ିଛି ଋଷ। ମିଳୁଥିବା ସୂଚନା ମୁତାବକ, ୟୁକ୍ରେନକୁ ଜିତିବା ପାଇଁ ସେନା ଅଧିକ ସମୟ ଲଗାଉଥିବାରୁ ଋଷର ରାଷ୍ଟ୍ରପତି ପୁଟିନ କ୍ରୋଧିତ ହୋଇପଡିଛନ୍ତି। ଏନେଇ ସେ କିଛି ଦିନ ହେବ ଜନସାଧାରଣଙ୍କୁ ସମ୍ବୋଧିତ କରି କିଛି କହିନାହାନ୍ତି। ଋଷ ମାନବ ଶକ୍ତି ୟୁକ୍ରେନ ତୁଳନାରେ ବହୁତ ଅଧିକ ଏବଂ ଏହା ବିଶ୍ବାସ କରାଯାଉଛି ଯେ ଋଷ ଯୁଦ୍ଧରେ ୟୁକ୍ରେନକୁ ପରାସ୍ତ କରିବ ନିଶ୍ଚୟ। ହେଲେ ୟୁକ୍ରେନ ସେନାର ଜବାବ ପାଇଁ ଏବେ ଋଷ ସେନାକୁ ଦଖଲ କରିବାରେ ବିଳମ୍ବ ହେଉଛି। ଯୁଦ୍ଧ ପାଇଁ ଋଷ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯୁଦ୍ଧର ଅବଧି ବଢ଼ୁଥିବାରୁ ଋଷ ରାଷ୍ଟ୍ରପତି ପୁଟିନ ଚିନ୍ତାରେ ପଡ଼ିଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର