ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଜଣେ ରୁଷ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଯିଏକି ଜଣେ ଭାରତୀୟ ସ୍ବାମୀ ଖୋଜୁଥିବା ଭିଡିଓରେ ଦାବି କରିଛନ୍ତି।
ଭାଇରାଲ ହେଉଥିବା ଏହି ଆଶ୍ଚର୍ଯ୍ୟଜନକ ଭିଡିଓରେ ରୁଷର ଇନଫ୍ଲୁଏନସର ଡିନାରା ଏକ ମଲ୍ରେ ନାଲି ରଙ୍ଗର ଶାଢ଼ି ପିନ୍ଧି ଛିଡ଼ା ହୋଇଥିବାର ଦେଖିବାକୁ ମିଳୁଛି।
ଏହି ସମୟରେ ସେ ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି, ଯେଉଁଥିରେ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲର କ୍ୟୁଆର କୋଡ ଥିବ ଦୃଶ୍ୟମାନ ହେଉଛି। ଏହି ପ୍ଲାକାର୍ଡରେ ଲେଖା ଅଛି, 'ମୁଁ ଜଣେ ଭାରତୀୟ ସ୍ୱାମୀଙ୍କୁ ଖୋଜୁଛି।
ଭିଡିଓ କ୍ୟାପସନରେ ଲେଖା ହୋଇଛି, ‘ମୋତେ ଏଭଳି ସ୍ବାମୀ ଖୋଜିବାରେ ଦୟା କରି ସାହାଯ୍ୟ କରନ୍ତୁ। '
View this post on Instagram
୫ ଦିନ ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୮.୩ ମିଲିୟନରୁ ଅଧିକ ଭ୍ୟୁ ପାଇଥିବାବେଳେ ୯୪ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଛନ୍ତି।
ଭିଡିଓ ଦେଖି ଜଣେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ମୁଁ ପ୍ରସ୍ତୁତ କିନ୍ତୁ ମୁଁ ନାବାଳକ।' ଅନ୍ୟ ଜଣେ ଲେଖିଛନ୍ତି, 'ଭଗବାନ ଆପଣଙ୍କୁ ଜଣେ ସଚ୍ଚୋଟ ଏବଂ ଭଲ ସାଥୀ ଦିଅନ୍ତୁ।' ତୃତୀୟ ଜଣେ ଲେଖିଛନ୍ତି, 'ଲୋକପ୍ରିୟ ହେବା ପାଇଁ ଝିଅମାନେ କିଛି କରିପାରିବେ।'