ପ୍ରଥମେ ଟ୍ରାଫିକ ନିୟମ ଉଲଙ୍ଘନ କଲେ, ଜରିମାନା ମାଗିବାରୁ ପୁଲିସ କର୍ମଚାରୀଙ୍କୁ ଶଯ୍ୟାସଙ୍ଗୀନି ହେବାର ପ୍ରଲୋଭନ ଦେଖାଇ ଖସିଯିବାକୁ ଉଦ୍ୟମ କଲେ ମଡେଲ୍‌, ଜାଣନ୍ତୁ କ’ଣ ହେଲା ତା’ପରେ…

ସାଧାରଣରେ ଲୋକେ ଟ୍ରାଫିକ୍‌ ନିୟମ ଉଲଙ୍ଘନ କଲେ ଜରିମାନା ଦେଇଥାନ୍ତି । ଆପଣମାନେ ରାସ୍ତାରେ ଦେଖିଥିବେ ପୁଲିସ ବିଭିନ୍ନ ସ୍ଥାନରେ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କଠାରୁ ଜୋରିମାନା ଆଦାୟ କରିଥାନ୍ତି । ଏଥିରୁ ବଞ୍ଚିବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ପୁଣି କେତେକ ଦୁର୍ନୀତିଗ୍ରସ୍ତ ପୁଲିସ କର୍ମଚାରୀ ଏହି ତନଖିରୁ ପକେଟ୍‌ ମଧ୍ୟ ଗରମ କରିଥାଆନ୍ତି। ତେବେ ଜଣେ ମଡେଲ୍‌ ଚେକିଂ ସମୟରେ ଧରାପଡ଼ି ପୁଲିସ କର୍ମଚାରୀଙ୍କୁ ଏପରି ଅଫର୍‌ ଦେଲେ ଯେ ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Daily Mail

ରୁଷରେ ରହୁଥିବା ମଡେଲ କିରା ମେୟର ଟ୍ରାଫିକ୍‌ ନିୟମ ଭାଙ୍ଗି ଯାଉଥିବା ବେଳେ ପୁଲିସ ତାଙ୍କୁ ଅଟକାଇ ଜରିମାନା ଆଦାୟ କରିଥିଲେ । ଏଥିରୁ ବଞ୍ଚବା ପାଇଁ ସେ ଅନେକ ବାହାନା କଲେ କିନ୍ତୁ ତାଙ୍କର ବାହାନା ଯେତେବେଳେ କାମ ଦେଲାନି ସେ ଦୁଇ ପୁଲିସ ଅଫିସରଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ସେ କହିଲେ, ତୁମେ ଯଦି ମତେ ଛାଡିଦେବ ତା’ହେଲେ ମୁ ତୁମ ଦୁଇ ଜଣଙ୍କ ଶଯ୍ୟାସଙ୍ଗୀନି ହେବି । ଇନଷ୍ଟାଗ୍ରାମ ଷ୍ଟାରଙ୍କ ଏହି ଅଫରକୁ ଦୁଇ ପୁଲିସ କର୍ମୀ ରାଜି ହୋଇନଥିଲେ, ସେମାନେ ମହିଳାଙ୍କୁ ଗିରଫ କରିବା ସହ କୋର୍ଟରେ ହାଜର କରିଥିଲେ। ମହିଳା ଜଣଙ୍କ ଜଜ୍‌ଙ୍କ ସାମ୍ନାରେ ନିଜ ଉପର ଲାଗିଥିବା ସବୁ ଆରୋପକୁ ସ୍ୱୀକାର କରିଥିଲେ । ମଡେଲ ଜଣଙ୍କ କହିଥିଲେ ମୁଁ ଯେତେବେଳ ଟେନ୍‌ସନ୍‌ରେ ରହେ ଏପରି ଭୁଲ କାମ କରିବସିଥାଏ । ବିନା ଲାଇସେନ୍ସରେ ଗାଡି ଚଲାଇବା ଓ ପୁଲିସକୁ ଆକ୍ରମଣ କରିବା ଅଭିଯୋଗରେ ମହିଳାଙ୍କୁ ୧୮ ମାସର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି ।

ସମ୍ବନ୍ଧିତ ଖବର