ନୂଆଦିଲ୍ଲୀ: ଉଚ୍ଚତା ପାଇଁ ମିଳୁନାହାନ୍ତି ପୁୁଅ। ନୂଆ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଥିଲେ ବି ରୁଷର ମଡେଲ ଏକାଟେରିନା ଲିସିନାଙ୍କୁ ପୁଅ ମିଳୁନଥିବା ଜଣାପଡ଼ିଛି। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ତାଙ୍କ ଉଚ୍ଚତା ପାଇଁ ଏକାଟେରିନା ଏବେ ଚର୍ଚ୍ଚାରେ ରହିଛନ୍ତି। ଏକାଟେରିନାଙ୍କ ଉଚ୍ଚତା ହେଉଛି ୬ ଫୁଟ ୯ଇଞ୍ଚ। ତାଙ୍କର ଉଚ୍ଚତା ହେତୁ ସେ ଗିନିଜ ୱାର୍ଲ୍ଡ ରେକର୍ଡ ମଧ୍ୟ କରିଛନ୍ତି। ତେବେ ଏହି ଉଚ୍ଚତା ତାଙ୍କ ପ୍ରେମ ଜୀବନ ପ୍ରଭାବିତ ହୋଇଥିବା ସେ କହିଛନ୍ତି।
୩୪ ବର୍ଷିୟ ଏକାଟେରିନା ଲିସିନାଙ୍କୁ 'ଦୁନିଆର ସବୁଠୁ ଉଚ୍ଚ ମହିଳା' ଭାବରେ ବିବେଚନା କରାଯାଏ, ଯେଉଁଥିପାଇଁ ତାଙ୍କ ନାଁ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ତେବେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କର ଅସାଧାରଣ ଉଚ୍ଚତା ୬ ଫୁଟ ୯ଇଞ୍ଚ ପାଇଁ ତାଙ୍କ ପ୍ରେମ ଜୀବନ ଖୁବ ପ୍ରଭାବିତ ହୋଇଛି। ତାଙ୍କ ଭଳି ଉଚ୍ଚତା ଥିବା ଜୀବନସାଥୀ ଖୋଜିବା କଷ୍ଟକର ହୋଇପଡିଥିବା ସେ କହିଛନ୍ତି। ଏହା ସହ ସେ କହିଛନ୍ତି ଯେ, ସମ୍ପର୍କରେ ଉଚ୍ଚତା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହାକୁ ସମସ୍ତେ ବୁଝିବା ଉଚିତ୍।
View this post on Instagram
ସେ ଆହୁୁରି କହିଛନ୍ତି ଯେ, ଲୋକମାନେ ପୁଅର କମ୍ ଉଚ୍ଚତା ଏବଂ ଝିଅର ଅଧିକ ଉଚ୍ଚତା ରହିବାକୁ ଠିକ୍ ମନେ କରନ୍ତି ନାହିଁ। ତେବେ ସେ ନିଜଠାରୁ ୧ ଫୁଟ ଛୋଟ ଥିବା ପୁଅକୁ ଡେଟ କରିବାକୁ ପ୍ରସ୍ତୁତ। ହେଲେ ଏହାଠାରୁ କମ ଉଚ୍ଚତା ଥିବା ପୁଅ ସହିତ ସେ ପ୍ରେମ ସଂପର୍କ ରଖିବେ ନାହିଁ ବୋଲି କହିଛନ୍ତି। ରୁଷର ମଡେଲ୍ ଏକାଟେରିନା ଲିସିନା ଜଣେ ପେସାଦାର ବାସ୍କେଟବଲ୍ ଖେଳାଳି ଥିଲେ। ସେଥିରୁ ଅବସର ପରେ ସେ ମଡେଲିଂ ଦୁନିଆକୁ ଆସିଥିଲେ।