କଏଦୀଙ୍କ ଉପରେ ରୁଷ୍‌ର ଭୟଙ୍କର ପରୀକ୍ଷଣ, ବିନା ନିଦ୍ରାରେ ୩୦ ଦିନ! ଶେ‌ଷରେ ଯାହା ଘଟିଥିଲା ତାହା ଥିଲା ଅତ୍ୟନ୍ତ ଭୟାନକ…

ମସ୍କୋ:  କେବେ ଆପଣ ଚିନ୍ତା କରିଛନ୍ତି ଯଦି ଆପଣଙ୍କୁ ୩୦ ଦିନ ବିନା ଶୋଇ ରହିବାକୁ କୁହାଯାଏ ତେବେ କଣ କରିବେ? ପ୍ରଶ୍ନଟି ଆପଣଙ୍କୁ ନିଶ୍ଚୟ ବିଚଳିତ କରିଦେବ । କିନ୍ତୁ ଏଭଳି ହିଁ କିଛି ଘଟିଥିଲା ଦ୍ବିତୀୟ ବିଶ୍ୱ ଯୁଦ୍ଧ ସମୟରେ । ୧୯୪୦ରେ ଏମିତି ଏକ ଅଜବ ତଥା ଲୋମଟାଙ୍କୁରା ପରୀକ୍ଷଣ ସୋଭିଏତ୍ ୟୁନିୟନରେ ବନ୍ଦୀ ଜୀବନ ବିତାଉଥିବା ୫ ଜଣ କଏଦୀଙ୍କ ଉପରେ କରାଯାଇଥିଲା । ଯେଉଁଥିରେ ପରୀକ୍ଷଣର ୩୦ ଦିନ ନପୂରୁଣୁ  କଏଦୀମାନଙ୍କୁ ଶେଷରେ ଜୀବନରୁ ମାରିବାକୁ ପଡିଥିଲା । ତେବେ ଏବେ ପ୍ରଶ୍ନ ଉଠୁଛି ଯେ ସେଦିନ ଏମିତି କଣ ହୋଇଥିଲା ଯେ, ପରୀକ୍ଷଣକୁ ସଂପୂର୍ଣ୍ଣ ହେବା ପୂର୍ବରୁ ହିଁ କଏଦୀଙ୍କୁ ମାରିବାକୁ ପଡିଥିଲା ।

ଏ ସଂକ୍ରାନ୍ତରେ ୨୦୦୯ରେ କ୍ରିପିପାସ୍ତା ୱିକି ନାମକ ଏକ ୱେବସାଇଟରେ ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଏହି ୱେବସାଇଟରେ ସୋଭିଏତ ୟୁନିୟନ ତରଫରୁ କିଛି କଏଦୀଙ୍କ ଉପରେ କରାଯାଇଥିବା ଭୟଙ୍କର ଏକ୍ସପ୍ରିମେଂଟ ସଂପର୍କରେ ଖୁଲାସା କରାଯାଇଥିଲା । ଯାହାର ନାଁ ଥିଲା ରଷିୟାନ ସ୍ଲିପ୍ ଏକ୍ସପ୍ରିମେଂଟ ।

୧୯୪୦ରେ ସୋଭିଏତ ୟୁନିୟମ ପକ୍ଷରୁ ଏହି ସ୍ଲିପିଂ ଏକ୍ସପ୍ରିମେଂଟ ପାଇଁ  ବନ୍ଦୀ ଜୀବନ ବିତାଉଥିବା ଶତ୍ରୁ ସେନାର ୫ ଜଣ କଏଦୀଙ୍କୁ ବଛା ଯାଇଥିଲା ଏବଂ ଏହି  ସମୟରେ କଏଦୀଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଗୋଟିଏ ଘର ଭିତରେ ବନ୍ଦ ରଖାଯାଇଥିଲା । ଆଉ ସର୍ତ୍ତ ରଖାଯାଇଥିଲା କି ଯଦି ସେମାନେ ବିନା ଶୋଇ ମାସେ ରହିପାରିବେ ତେବେ ସେମାନଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦିଆଯିବ । ଏଥିସହିତ ସେମାନଙ୍କୁ  ଯେଉଁ କୋଠରିରେ ରଖାଯାଇଥିଲା,  ସେଠାରେ ଏମାନଙ୍କୁ ଖାଇବା, ପଢିବା ଏବଂ ସବୁ ପ୍ରକାରର ସୁବିଧା ଦିଆଯାଇଥିଲା  ସତ କିନ୍ତୁ ସେମାନଙ୍କ ଶୋଇବା କିମ୍ବା ବସିବାର କୌଣସି ବ୍ୟବସ୍ଥା କରାଯାଇନଥିଲା ।  ଏହାଛଡା ସେମାନଙ୍କ ଉପରେ ୨୪ ଘଂଟା ନଜର ରଖିବା ପାଇଁ ଏକ ମିରର ମଧ୍ୟ ଲଗାଯାଇଥିଲା । କଏଦୀଙ୍କୁ ଯେଭଳି ନିଦ ନ ଲାଗିବ ସେଥିପାଇଁ  ଉକ୍ତ କୋଠରୀ ଭିତରେ ଏକ ଏକ୍ସପ୍ରିମେଂଟାଲ ଗ୍ୟାସ୍ ଅକ୍ସିଜେନ ସହିତ ମିଶାଇ ଧିରେ ଧିରେ ଛଡା ଯାଉଥିଲା । ତେବେ ଏହି ଗ୍ୟାସ ଏକ କେମିକାଲ ଷ୍ଟିମ୍ୟୁଲେଟ ଥିଲା ଯାହା କଏଦୀମାନଙ୍କୁ ଅନିଦ୍ରା ରଖିବାରେ ସାହାଯ୍ୟ କରୁଥିଲା ।

Snopes.com

ପ୍ରଥମ ଚାରି ଦିନ ପର୍ଯ୍ୟନ୍ତ ତ କଏଦୀଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା କିନ୍ତୁ ୫ ଦିନକୁ ଏମାନଙ୍କଠାରେ ଏକ ଅଜବ ଧରଣର ପରିବର୍ତ୍ତନ ଦେଖାଦେବା ଆରମ୍ଭ ହୋଇଯାଇଥିଲା ।  ୯ ଦିନ ବେଳକୁ ସେମାନଙ୍କ ମଧ୍ୟରୁ ଜଣେ କଏଦୀ ମାନସିକ ସନ୍ତୁଳନ ହରାଇ ବସିବା କାରଣରୁ ସେ ଚିତ୍କାର କରିବା ଆରମ୍ଭ କରିଦେଇଥିଲା ଯାହା ଫଳରେ ତାର ଗଳା ଛିଡିଯାଇଥିଲା । ଧିରେ ଧିରେ ସମସ୍ତ କଏଦୀଙ୍କ ଅବସ୍ଥା ସମାନ ହୋଇଗଲା । ଯେଉଁ ଗ୍ୟାସ ସେମାନଙ୍କ ରୁମରେ ଛଡାଯାଉଥିଲା ତାର ପ୍ରଭାବ ସବୁ କଏଦୀଙ୍କ ଉପରେ ଦେଖିବାକୁ ମିଳିଥିଲା । କିଛି ଦିନ ଯାଏ ସେହି ରୁମରୁ ଅଜବ ଅଜବ ଶବ୍ଦ ଏବଂ ଚିତ୍କାର ଆସୁବାକୁ ଲାଗିଲା ଯାହା ପରବର୍ତ୍ତୀ ସମୟରେ ପୂରାପୁରି ବନ୍ଦ ହୋଇଯାଇଥିଲା । ଏହାପରେ  ସେମାନଙ୍କୁ ବାହାରକୁ ବାହାର କରିବା ପାଇଁ ଚିନ୍ତା କରାଗଲା ବେଳକୁ ସେମାନେ ମନା କରିଦେଇଥିଲେ ।

ଯେତେବେଳେ କଏଦୀ ରହୁଥିବା ରୁମଟିକୁ ଖୋଲାଗଲା ସେତେବେଳର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟବିଦାରକ ଏବଂ ଲୋମହର୍ଷକ। କାହିଁକି ନା ୫ ଜଣ କଏଦୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ବାକି ୪ ଜଣ ଦେହରେ ଜୀବନ ଥିଲା ସତ ହେଲେ ମାଂସ ନଥିଲା । ଚଟାଣରେ ପଡିରହିଥିଲା ଖାଲି ରକ୍ତ ଆଉ  ଖଣ୍ଡ ଖଣ୍ଡ ମାଂସ । ଯାହାକୁ ଏମାନେ ଖାଇ ଜୀବିତ ରହୁଥିଲେ । ଏମାନଙ୍କର ଏଭଳି ଅବସ୍ଥା ଦେଖି ସମସ୍ତଙ୍କର ହୋସ୍ ଉଡିଯାଇଥିଲା ଏବଂ ଏହି ଏକ୍ସପ୍ରିମେଂଟକୁ ବନ୍ଦ କରିବାକୁ ନିଷ୍ପତି ନିଆଗଲା। ହେଲେ ସେମାନଙ୍କ କମାଣ୍ଡ ଏପରି କରିବାକୁ ମନା କରିଥିଲେ ଏବଂ ଏକ୍ସପ୍ରିମେଂଟ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପରିସ୍ଥିତି ଏଭଳି ହୋଇଥିଲା ଯେ ବାଧ୍ୟ ହୋଇ ସେମାନଙ୍କୁ ଗୁଳିକରି ହତ୍ୟା କରିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର