ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିସନଙ୍କ ଦ୍ୱାରା ପରିଚାଳିତ ନ୍ୟାସନାଲ୍‌ ଡିଫେନ୍ସ ଏକାଡେମି (ଏନ୍‌ଡିଏ) ପ୍ରବେଶିକା ପରୀକ୍ଷାର ମହିଳା ବର୍ଗରେ ଶୀର୍ଷ ସ୍ଥାନରେ ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ମହାରାଷ୍ଟ୍ର ପୁଣେର ବାସିନ୍ଦା ରୁତୁଜା ୱାରହାଡେ। ତାଙ୍କର ସର୍ବଭାରତୀୟ ରାଙ୍କିଂ ହେଉଛି ୩। ଯେଉଁ ଦିନଠାରୁ ଏନ୍‌ଡିଏ ମହିଳାଙ୍କ ପାଇଁ ଏହାର ଦ୍ୱାର ଖୋଲିଛି, ସେହିଦିନଠାରୁ ସେ ଏଥିରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।  ରୁତୁଜାଙ୍କ କହିବାନୁସାରେ, ତାଙ୍କ ବାପା ଆରମ୍ଭରୁ ତାଙ୍କ ସ୍ୱପ୍ନକୁ ସମର୍ଥନ କରିଥିଲେ। ଏଣୁ ଏନ୍‌ଡିଏରେ ଯୋଗଦେବା ପାଇଁ ସେ ପ୍ରେରଣା ପାଇଗଲେ।

Advertisment

କଠିନ ଅଧ୍ୟବସାୟ ଓ ଲକ୍ଷ୍ୟହାସଲ ପାଇଁ ଦୃଢ଼ପ୍ରତିଜ୍ଞ ରହିଲେ ନିଜ ସ୍ବପ୍ନ ଯେ ଦିନେ ବାସ୍ତବ ରୂପ ନେବ ଏକଥା କାହାକୁ ବା ଅଜଣା! ଆଜିକାଲି ମହିଳାମାନେ ମଧ୍ୟ ସବୁବର୍ଗରେ ସଫଳ ହୋଇ ଏହାର ପ୍ରମାଣ ଦେଉଛନ୍ତି। ମାଟିରୁ ନେଇ ଆକାଶ ସବୁଠି ମହିଳା ଏବେ ଶୀର୍ଷସ୍ତରରେ। ଘରକାମଠୁ  ନେଇ ବାହାରକାମ, ସଫଳତା ପାଇବାରେ ଏବେ ନାରୀ ବି ବେଶ୍‌ ସିଦ୍ଧହସ୍ତା... 

ଏହାପରେ ସେ ତ୍ରି-ସେବା ତାଲିମ ଏକାଡେମିରେ ଯୋଗଦେଲେ। ସେହିଦିନ ତାଙ୍କ ବାପା ତାଙ୍କୁ ପ୍ରତିରକ୍ଷା ବାହିନୀ ଓ ଏନ୍‌ଡିଏ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ। ଯେତେବେଳେ ସେ ଏହା ଉପରେ ଅଧିକ ଗବେଷଣା କଲେ, ସେତେବେଳେ ସେ ଏହାର ଗୌରବମୟ ଇତିହାସ ପ୍ରତି ଆକର୍ଷିତ ହୋଇ ଦେଶ ସେବା କରିବାକୁ ନିଷ୍ପତ୍ତି ନେଲେ ବୋଲି କହନ୍ତି ରୁତୁଜା। ସେ ଆହୁରି ମଧ୍ୟ କହିଛନ୍ତି, “ମୋ ବାପା ପୁଣେର ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନରେ କମ୍ପ୍ୟୁଟର ସାଇନ୍‌ସର ପ୍ରଫେସର୍‌। ସେ ହିଁ ମୋତେ ପ୍ରେରଣା ଦେବା ସହ ନିରନ୍ତର ଉତ୍ସାହିତ କରୁଥିଲେ ଏବଂ ମୋ’ ମନୋବଳ ବଢ଼ାଇବା ପାଇଁ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ନେଇ ଯାଉଥିଲେ। ମୁଁ ଥରେ ଏକ ପାସିଂ ଆଉଟ୍‌ ପରେଡ୍‌ରେ ଯୋଗ ଦେଇଥିଲି ଏବଂ କ୍ୟାଡେଟ୍‌ମାନଙ୍କୁ ଏନ୍‌ଡିଏ ଗେଟ୍‌ ଦେଇ ମାର୍ଚ କରୁଥିବା ଦେଖି ମୋର ସଂକଳ୍ପ ଆହୁରି ଦୃଢ଼ ହୋଇଥିଲା।” ଋତୁଜା ୩ ନମ୍ବର ରାଙ୍କ ହାସଲ କରିବା ପରେ ଖୁବ୍‌ ଗର୍ବିତ ଓ ଖୁସି ଥିବା କଥା ସ୍ବୀକାର କରିଛନ୍ତି। ସେ ଏବେ ସେନାର ଏୟାର୍‌ ୱିଙ୍ଗରେ ଯୋଗଦେବା ପାଇଁ ପାଗଳ ବୋଲି ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।