ସାହଜହାପୁର: ଅହମ୍ମଦାବାଦରୁ ମୁଲତାନପୁର ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନ୍ରେ ଜଣେ ମହିଳାଙ୍କ ଗୋଡ ଟଏଲେଟରେ ଫସି ଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଘଟିବା ପରେ ଏକ୍ସପ୍ରେସ ଟ୍ରେନ୍କୁ ସାହଜହାପୁର ଷ୍ଟେସନ୍ରେ ରୋକିବାକୁ ପଡ଼ିଥିଲା। ଏକ ଘଣ୍ଟା ଉଦ୍ଧାର କାର୍ଯ୍ୟ ଚାଲିବା ପରେ ମହିଳାଙ୍କ ଗୋଡକୁ ଟ୍ରେନ୍ର ଟଏଲେଟ ଭିତରୁ ବାହାର କରାଯାଇଥିଲା। ଏହି ଘଟଣା ପରେ ମହିଳାଙ୍କ ଗୋଡର କେତେକ ସ୍ଥାନରେ ଆଘାତ ଲାଗିଥିଲା। ଡାକ୍ତରୀଦଳ ସାହାଯ୍ୟରେ ମହିଳାଙ୍କ ଗୋଡର ଚିକିତ୍ସା କରି ଟ୍ରେନ୍ରେ ବସାଇ ତାଙ୍କର ଗନ୍ତବ୍ୟସ୍ଥଳକୁ ପଠା ଯାଇଥିଲା।
/sambad/media/post_attachments/wp-content/uploads/2018/01/xtoilet2-10-1515582834.jpg.pagespeed.ic_.UKxSwxlTRV-300x225.jpg)
ସୂଚନାଯୋଗ୍ୟ, ଅହମ୍ମଦାବାଦ ସୁଲତାନପୁର ଏକ୍ସପ୍ରେସର କୋଚ ନମ୍ବର ଏସ୍ ୬ରେ ମହିଳା ରାଜରାନୀ ସ୍ୱାମୀ ରାଜେନ୍ଦ୍ର ଓ ତାଙ୍କର ଦୁଇବର୍ଷର ପୁତ୍ର ବରୁଣଙ୍କ ସହିତ ଯାତ୍ରା କରୁଥିଲେ। ବରୁଣକୁ ଟଏଲେଟ ନେଇ ଯାଇଥିବା ସମୟରେ ରାଜରାନୀଙ୍କ ଗୋଡ ଖସି ଯାଇଥିଲା। ଫଳରେ ତାଙ୍କ ଗୋଡ ଟଏଲେଟ ଭିତରେ ଫସି ଯାଇଥିଲା। ସେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ଗୋଡାକୁ ବାହାର କରି ପାରି ନଥିଲେ। ବରେଲିରୁ ଯାତ୍ରା ଆରମ୍ଭ କରିଥିବା ଏକ୍ସପ୍ରେସକୁ ଘଟଣା ଘଟିବାର ଦେଢ଼ ଘଣ୍ଟା ପରେ ସାହଜହାପୁର ପ୍ଲାଟଫର୍ମ ନମ୍ବର ୧ରେ ଅଟକା ଯାଇଥିଲା। ଟ୍ରେନ୍ ଅଟକିବା କ୍ଷଣି ରେଳକର୍ମଚାରୀମାନେ ମହିଳାଙ୍କ ଗୋଡକୁ ଟଏଲେଟ ଭିତରକୁ ବାହାର କରିବା ପାଇଁ ଗ୍ୟାସ କଟର ଜରିଆରେ ପାଇପ୍କୁ କାଟିବା କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଏକଘଣ୍ଟା ଉଦ୍ୟମ ଜାରି ରହିବା ପରେ ମହିଳାଙ୍କ ଗୋଡକୁ ଟଏଲେଟ ଭିତରୁ ବାହାର କରାଯାଇଥିଲା। ଏଥିରେ ମହିଳାଙ୍କ ଗୋଡରେ ଅନେକ ସ୍ଥାନରେ କ୍ଷତାକ୍ତ ହୋଇଥିଲା। ଯାହାଫଳରେ ତାଙ୍କୁ ଚାଲିବାରେ ଅସୁବିଧା ହେଉଥିଲା। ରେଳବାଇର ଡାକ୍ତରୀ ଦଳ ସାହାଯ୍ୟରେ ତାଙ୍କର ଚିକିତ୍ସା କରାଯାଇଥିଲା।
/sambad/media/post_attachments/wp-content/uploads/2018/01/05d-300x200.jpg)
ସାଙ୍କେତିକ ଫଟୋ
ମହିଳାଙ୍କ ସ୍ୱାମୀ ରାଜେନ୍ଦ୍ରଙ୍କ କହିବାନୁସାରେ, ସେମାନେ ଅମେଥିରେ ବସବାସ କରନ୍ତି। ସେ ଅହମ୍ମଦାବଦରୁ ନିଜ ଘରକୁ ଫେରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/xtoilet1-10-1515582756.jpg.pagespeed.ic_.6dJYIEZ4CL.jpg)