ସାହରିଆ ଜନଜାତିର ମହିଳାଙ୍କ ପାଇଁ ମୋବାଇଲ ନିଷେଧ କଲା ପଞ୍ଚାୟତ

ଏବେ ବି ରାଜସ୍ଥାନରେ ଜାରି ରହିଛି ପଞ୍ଚାୟତର ବୋଲବାଲା। ରାଜସ୍ତାନର ସୀମାବର୍ତ୍ତୀ ସୋଇପୁର ଜିଲ୍ଲାର ୨୭ଟି ଗ୍ରାମରେ ବସବାସ କରନ୍ତି ସାହରିଆ ଜନଜାତି । ଗତ ସପ୍ତାହରେ ଓଛା ଗ୍ରାମର ପଞ୍ଚାୟତ ସାହରିଆ ମହିଳାଙ୍କ ପାଇଁ ମୋବାଇଲ ବ୍ୟବହାର ନିଷିଦ୍ଧ କରିଛି । ପଞ୍ଚାୟତ ଅନୁଯାୟୀ ମୋବାଇଲ ମହିଳାମାନଙ୍କୁ ନଷ୍ଟ କରିବା ସହ ତାଙ୍କ ମତିଭ୍ରମ କରୁଛି।

ଆଦିବାସୀ ଜନଜାତିର ମହିଳାଙ୍କ ସୁରକ୍ଷା ପାଇଁ ଏପରି ନିର୍ଣ୍ଣୟ ନିଆଯାଇଛି। ମହିଳାମାନେ ମୋବାଇଲର ବ୍ୟବହାର ସଠିକ ଭାବେ ଜାଣିପାରୁ ନାହାନ୍ତି ଯାହା ଫଳରେ ଅଜଣା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଞ୍ଚାୟତ ମୋବାଇଲ ଫୋନ ବ୍ୟବହାର କରୁଥିବା ମହିଳାଙ୍କ ପାଇଁ ଦଣ୍ଡ ବିଧାନ କରିଛନ୍ତି । ଯଦି କୌଣସି ମହିଳା ମୋବାଇଲ ବ୍ୟବହାର କରୁଥିବାର ପ୍ରଥମ ଥର ଧରା ପଡ଼ିଥାନ୍ତି ତେବେ ତାଙ୍କୁ କେବଳ ଜରିମାନା ଦେବାକୁ ପଡ଼ିବ । ଏହାପରେ ମଧ୍ୟ ଯଦି କୌଣସି ମହିଳା ମୋବାଇଲ ବ୍ୟବହାର କରୁଥିବାର ଧରାପଡ଼ନ୍ତି ତେବେ ତାଙ୍କୁ ଗ୍ରାମରୁ ବାସନ୍ଦ କରାଯିବ ବୋଲି କହିଛନ୍ତି ପଞ୍ଚାୟତର ପଞ୍ଚ ।

Naidunia

” ପଞ୍ଚାୟତ ଏହା ଅନୁଧ୍ୟାନ କରିଛି ମୋବାଇଲ ବ୍ୟବହାର ଦ୍ୱାରା ସାହାରିଆ ମହିଳାମାନେ ବାହାର ପୁରୁଷମାନଙ୍କ ସଂପର୍କରେ ଅସୁଛନ୍ତି । ଯାହା ଫଳରେ ବାହାର ପୁରୁଷମାନେ ମହିଳାଙ୍କ ଲାଭ ଉଠାଉଛନ୍ତି । ଏଣୁ ବର୍ତ୍ତମାନ ଆମେ ନିର୍ଣ୍ଣୟ ନେଇଛୁ ଯଦି କୌଣସି ମହିଳା ଆମ ସମାଜର ବାହାର କୌଣସି ପୁରୁଷଙ୍କ ସହ ବିବାହ କରୁଛନ୍ତି ତାଙ୍କୁ ସମାଜରୁ ବାସନ୍ଦ କରାଯିବା ସହ ତାଙ୍କ ପରିବାରକୁୁ ଜରିମାନା ମଧ୍ୟ ଦେବାକୁ ପଡ଼ିବ ” ବୋଲି କହିଛନ୍ତି ପଞ୍ଚାୟତର ଆଦିବାସୀ ବାଇସ ରାମ ।

ସହାରିଆ ଜନଜାତିରେ ଭିନ୍ନ ଜାତିରେ ବିବାହ ନିଷେଧ ଥିବା ବେଳେ ମଦ୍ୟପାନ ମଧ୍ୟ ନିଷେଧ ରହିଛି। ଏଠାରେ ସମସ୍ତ ନିର୍ଣ୍ଣୟ ପଞ୍ଚାୟତ ଦ୍ୱାରା ନିଆଯାଇଥାଏ ଏବଂ ଏହା ଗତ ୩ ବର୍ଷ ହେଲା ହୋଇଆସୁଛି । ଆଦିବାସୀ ଜନଜାତିର ସମସ୍ୟଗୁଡ଼ିକର ସମାଧାନ ପାଇଁ ଏପରି ପଞ୍ଚାୟତ କିଛି କିଛି ମାସ ବିରତିରେ ଅନୁଷ୍ଠିତ ହୋଇଥାଏ ।

ସମ୍ବନ୍ଧିତ ଖବର