ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ପ୍ରତ୍ୟେକ ଅଭିନେତ୍ରୀ ମେକ୍‌ଅପ୍‌ ବିନା କ୍ୟାମେରା ସାମ୍ନାକୁ ଆସନ୍ତି ନାହିଁ। ଅର୍ଥାତ୍‌ ସିନେମା ଇଣ୍ଡଷ୍ଟ୍ରିରେ ସଟ୍‌ ପାଇଁ ମେକ୍‌ଅପ୍‌ ଜରୁରି। ହେଲେ ସିନେମା ଜଗତରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ବିନା ମେକ୍‌ଅପ୍‌ରେ, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଅଭିନୟ କରନ୍ତି। ନିଜ ଚେହେରା‌ରେ ସେ ଆଇଲାଇନର୍‌, ବିନ୍ଦି ଓ ଲିପ୍‌ଷ୍ଟିକ୍‌ ଛଡ଼ା ଅନ୍ୟକିଛି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି ନାହିଁ। ଏମିତି ଚେହେରାରେ ଦର୍ଶକମାନେ ବି ବେଶ୍‌ ପସନ୍ଦ କରନ୍ତି ତାଙ୍କୁ। ମେକ୍‌ଅପ୍‌ ଉପରେ ତାଙ୍କର ମତ ହେଉଛି, ପ୍ରସାଧନ ଠାରୁ ନିଜର ବ୍ୟକ୍ତିତ୍ବ ଓ ଆତ୍ମବିଶ୍ବାସ ସବୁଠୁ ବେଶୀ ଜରୁରି। 

Advertisment

ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାଇପଲ୍ଲବୀଙ୍କୁ ତ ଆପଣମାନେ ଜାଣିଥିବେ! ତାଙ୍କର ସୁନ୍ଦର ସାବଲୀଳ ନିରୀହ ଚେହେରା ସାଙ୍ଗକୁ ବଳିଷ୍ଠ ଅଭିନୟ ତାଙ୍କୁ ଏତେ କମ୍‌ ବୟସରେ ଖୁବ୍‌ ଲୋକପ୍ରିୟ କରାଇଛି। ସାଇପଲ୍ଲବୀ ଗୋଟେ ଇଣ୍ଟର୍‌ଭ୍ୟୁରେ କହିଛନ୍ତି, ‘‘ଯଦି କେହି ମୋ ମେକ୍‌ଅପ୍‌ ବିଷୟରେ ପ୍ରଶ୍ନ କରନ୍ତି, ତେବେ ତାହାର କୌଣସି ଉତ୍ତର ମୋ ପାଖରେ ନଥାଏ। ମୁଁ ଜଣେ ସାଧାରଣ ଝିଅ। ମୋ ମୁହଁରେ ପିମ୍ପଲ୍‌ସ ଅଛି। ମୋ ନିଜର ଇନ୍‌ସିକ୍ୟୁରିଟି ରହିଛି। ଯେତେ‌େବଳେ ଦର୍ଶକ ମୋ ପ୍ରଥମ ସିନେମାରୁ ମୋ‌େତ ଗ୍ରହଣ କଲେ, ସେ‌େତବେ‌େଳ ମୁଁ ବୁଝିପାରିଲି କି ଚରିତ୍ର ସବୁଠୁ ଜରୁରି। ମୁଁ ଯେତେ ସୁନ୍ଦର ହେଲେ କିମ୍ବା ମୁଁ ଯେତେ ସୁନ୍ଦର କପଡ଼ା ପିନ୍ଧିଲେ ବି କିଛି ଫରକ ପଡ଼େନି। ସାଇପଲ୍ଲବୀ ଟିନ୍‌ଏଜ୍‌ରୁ ହିଁ ନିଜର ପିମ୍ପଲ୍‌ସକୁ ନେଇ ଚିନ୍ତାରେ ରହୁଥିଲେ। ‘ପ୍ରେମମ୍‌’ ଫିଲ୍ମ ପୂର୍ବରୁ ‌େସ ମୁହଁରେ ବିଭିନ୍ନ ପ୍ରକାର କ୍ରିମ୍‌ର ବ୍ୟବହାର କରୁଥିଲେ। କାରଣ ତାଙ୍କର ମୁହଁରେ ପ୍ରଚୁର ବ୍ରଣ ଉଠିଥିଲା। ସେ ଘରୁ ବାହାରକୁ ଯିବାକୁ ଚାହୁଁ ନଥିଲେ।

ସେ ସବୁବେଳେ ଘରେ ବନ୍ଦ ରହୁଥିଲେ ଏବଂ ଲୋକମାନେ କେବଳ ତାଙ୍କ ପିମ୍ପଲ୍‌ସକୁ ହିଁ କାହିଁ ଦେଖୁଛନ୍ତି ବୋଲି ଭାବୁଥିଲେ। ତାଙ୍କ ନିର୍ଦ୍ଦେଶକମାନେ ବି ତାଙ୍କୁ ମେକ୍‌ଅପ୍‌ ଲଗାଇବାକୁ ବାଧ୍ୟ କରନ୍ତି ନାହିଁ। ପ୍ରଥମେ ପ୍ରଥମେ ନିର୍ଦ୍ଦେଶକ ତାଙ୍କୁ ଟେଷ୍ଟ ସୁଟ୍‌ରେ ମେକ୍‌ଅପ୍‌ ଲଗାଇ ଦେଖିବାକୁ କହୁଥିଲେ। କିନ୍ତୁ ପରେ ସେମାନେ କହୁଥିଲେ, ତୁମେ ଯେମିତି ଅଛ ସେମିତି ହିଁ ସୁନ୍ଦର, ବାସ୍‌ ସୁଟିଂ କର। ଏଣୁ ସେ ମେକ୍‌ଅପ୍‌ କରନ୍ତି ନାହିଁ। କିନ୍ତୁ ସୁଟିଂର ଉଜ୍ଜ୍ବଳ ଆଲୋକ ପାଇଁ ତାଙ୍କ ଆଖି ଛୋଟ ଲାଗେ। ସେଥିପାଇଁ ଆଖି ବଡ଼ ଲାଗିବା ପାଇଁ ସେ କେବଳ ଆଇଲାଇନର୍‌ ଓ ବିନ୍ଦି ଲଗାନ୍ତି। ସେ ତାଙ୍କ ପିମ୍ପଲ୍‌ସ ଓ ତ୍ବଚାର ରଙ୍ଗକୁ ସ୍ବୀକାର ଓ ସମ୍ମାନ ଦେବା ପାଇଁ ୨ କୋଟି ଟଙ୍କାର ଫେୟାର୍‌ନେସ୍‌ କ୍ରିମ୍‌ ବିଜ୍ଞାପନକୁ ବି ମନା‌ କରିଦେଇଥିଲେ। ସେ କହିଥିଲେ, ‘‘ଏହା ‌ଆମ ଭାରତୀୟ ରଙ୍ଗ। ଆମେ ବିଦେଶୀମାନଙ୍କୁ ପଚାରି ପାରିବା ନାହିଁ କି ସେମାନେ ଗୋରା କାହିଁକି? ସେଇଟା ସେମାନଙ୍କ ତ୍ବଚାର ରଙ୍ଗ ଏବଂ ଏଇଟି ଆମର।’’ ଏଥିରୁ ଜଣାପଡ଼େ ସାଇ ପଲ୍ଲବୀ ନିଜର ବଳିଷ୍ଠ ଅଭିନୟ, ନିଷ୍ଠା ଓ ପ୍ରାକୃତିକତାକୁ ବଜାୟ ରଖିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ।