ମୁଁ ମୋ କୋଠରି ଭିତରେ ତାଲାବନ୍ଦ ହୋଇ ରହିଛି। ଆଶା କରୁଛି କଟକରେ ମୋର ପରିବାର ଭଲରେ ଥିବେ। ଜଣେ ଭାରତୀୟ ଭାବରେ ମୁଁ ମୋର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଏହି ୨୧ ଦିନିଆ ଲକ୍ଡାଉନ୍ ବହୁଭାବରେ ମୋର ଜୀବନଶୈଳୀକୁ ବଦଳାଇ ଦେଇଛି। ମୁଁ କ’ଣ ଖାଇବି, କୁଆଡେ ଯିବି, ସବୁ କ୍ଷେତ୍ରରେ ଭିନ୍ନତା! ପରିଚ୍ଛନ୍ନତା ଅଭ୍ୟାସ ସହ ଏକାନ୍ତବାସରେ ରହିବା ଜରୁରି ହୋଇଛି। ସାମାଜିକ ଦୂରାବସ୍ଥାନ କାରଣରୁ ମୁଁ ମୋ ନିଜ ସହର କଟକକୁ ଯାଇପାରୁ ନାହିଁ। ଏପରିକି ନିଜର ସୁରକ୍ଷା ପାଇଁବ୍ୟବହାର ହାତକୁ ନିୟମିତ ଧୋଇବା ପାଇଁ କହାଯାଇଛି। ଏଠାରେ ଜାମ୍ଶେଦ୍ପୁରରେ ଉଷୁମ ପାଣି ପିଇବା ଓ ଯୋଗ କରିବା ସହିତ ଆହୁରି ବହୁତ କିଛି ଦୈନିକ କରିବାକୁ ପଡୁଛି ନିଜର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ। ମାନସିକ ଶାନ୍ତି ପାଇଁ ଯନ୍ତ୍ରସଂଗୀତ ଶୁଣୁଛି। ମୋର ପେସାଦାର ଜ୍ଞାନ ବୃଦ୍ଧି ପାଇଁ ଏ ଲକ୍ଡାଉନ୍ ମୋତେ ସବୁଠୁ ଭଲ ସୁଯୋଗ ଦେଇଛି। ଏହି ବେଳାରେ ବହୁତ ସଂସ୍ଥା ନିଜ କର୍ମଚାରୀମାନଙ୍କୁ ଅନ୍ଲାଇନ୍ ପ୍ଲାଟଫର୍ମରେ ତାଲିମ ଦେଉଛନ୍ତି। ମୁଁ ମଧ୍ୟ ଭାଗ୍ୟବାନ୍ ଯେ ମୋ କମ୍ପାନି ମୋର ଦକ୍ଷତାରେ ଅଭିବୃଦ୍ଧି ପାଇଁ ଅନ୍ଲାଇନ୍ ତାଲିମ ଦେଉଛି।
ମୁଁ ନିଜେ ଖାଦ୍ୟ ରାନ୍ଧୁଛି। ଶରୀର ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛି। ମୋର ବରିଷ୍ଠମାନେ କହୁଛନ୍ତି ଖାଦ୍ୟକୁ ଔଷଧ ବିଚାରିକି ଖାଅ, ନଚେତ୍ କିଛି ଦିନ ପରେ ତୁମେ ଔଷଧଗୁଡ଼ିକୁ ଖାଦ୍ୟ ଭଳି ଖାଇବାକୁ ବାଧ୍ୟ ହେବ। ଏଠାରେ ଜାମ୍ଶେଦ୍ପୁରରେ ସବୁଜ ପନିପରିବା ସହଜରେ ପାଖ ମାର୍କେଟରେ ମିଳୁଛି। ସକାଳ ୬ଟା ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ପରିବା ମାର୍କେଟ ଖୋଲା ରହୁଛି। ଲକ୍ଡାଉନ୍ର ଦିନଗୁଡ଼ିକ ଯେତିକି ବଢିବଢିଯାଉଛି, ତେଜରାତି ସାମଗ୍ରୀର ଦର ଓ ପରିବା ଦର ସେତିକି ବଢିଯାଉଛି। କିନ୍ତୁ ଲକ୍ଡାଉନ୍ର ୨ ଦିନ ପରେ ଝାଡଖଣ୍ଡ ସରକାର ଅତ୍ୟାବଶ୍ୟକ ସାମଗ୍ରୀର ଦରସୂଚୀ ଜାରି କରିଥିବାରୁ ମାର୍କେଟରେ ଏକଚାଟିଆ କାରବାର ନିୟନ୍ତ୍ରିତ ରହିଛି। ପ୍ରତି ଦିନ ରାତି ୯ଟା ବେଳର ଟିଭି ଖବର ଦେଖୁଛି। ଆମେ ସର୍ବେ ଭବନ୍ତୁ ସୁଖୀନଃ ନୀତି ଅବଲମ୍ବନ କରି ସମସ୍ତଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରୁଛୁ। କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେଉଛୁ।
ସାଇପଦ ତ୍ରିପାଠୀ
୩/୫ ହରିଓମ୍ ଟାୱାର, ମାଁଝୀତୋଲା, ଆଦିତ୍ୟପୁର
ଜାମ୍ଶେଦ୍ପୁର, ଝାଡ଼ଖଣ୍ଡ-୮୩୧୦୧୩