ମୁମ୍ବାଇ: ବୁଲେଟ୍ ପ୍ରୁଫ୍ ଘରେ ରହୁଛନ୍ତି ସଲମାନ ଖାନ୍ । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳିବା ପରେ ତାଙ୍କ ଘରେ ବଢିଛି ସୁରକ୍ଷା ବ୍ୟବସ୍ଥ୍ୟା । ଆଉ ଘରକୁ କରାଯାଇଛି ପୂରା ବୁଲେଟ୍ ପ୍ରୁଫ୍ । ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟର ବାଲକୋନୀରେ ବୁଲେଟ୍ ପ୍ରୁଫ୍ ଗ୍ଲାସ ଲଗାଯାଇଛି ଯାହା ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡରୁ ରକ୍ଷା କରିପାରିବ । 

Advertisment

ତେବେ ଗତବର୍ଷ ୧୪ ଏପ୍ରିଲ ୨୦୨୪ରେ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟକୁ ଗୁଳିମାଡ ହେବା ପରେ ଘରେ ବୁଲେଟ୍ ପ୍ରୁଫ୍ ଗ୍ଲାସ ଲଗାଯାଇଛି । ଚଳିତବର୍ଷ ଜାନୁୟାରୀରେ ଏହି ବୁଲେଟ୍ ପ୍ରୁଫ୍ ଗ୍ଲାସ ଲଗାଯାଇଥିବା ବେଳେ ଆଜି ପୁଣି ଯେତେବେଳେ ତାଙ୍କୁ ହତ୍ୟା ଧମକ ମିଳିଛି ସେତେବେଳେ ତାଙ୍କ ଘରେ ଲାଗିଥିବା ବୁଲେଟ୍ ପ୍ରୁଫ୍ ଗ୍ଲାସକୁ ନେଇ ଚର୍ଚ୍ଚା ହେଉଛି ।

୨୦୧୮ରୁ ସୁପରଷ୍ଟାର ସଲମାନଙ୍କୁ ଧମକ ପରେ ଧମକ ମିଳୁଥିବା ବେଳେ ଆଜି ପୁଣି ଏକ ହତ୍ୟା ଧମକ ମିଳିଛି । ସମାନ ମାସ, ସମାନ ତାରିଖ, ସମାନ ଦିନରେ ସଲମାନଙ୍କୁ ଧମକ ମିଳିଛି । ୨୦୨୪ ଏପ୍ରିଲ ୧୪ ତାରିଖରେ ସଲମାନଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ତାଙ୍କ ଘରକୁ ଗୁଳିମାଡ କରାଯାଇଥିଲା ଏବଂ ହତ୍ୟା ଧମକ ମିଳିଥିଲା । ଗ୍ୟାଲେକ୍ସି ଗୁଳିମାଡକୁ ଆଜି ବର୍ଷେ ପୂରିଥିବା ବେଳେ ପୁଣି ସେହି ସମାନ ଦିନରେ ସଲମାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି । ୨୦୨୪ ଏପ୍ରିଲ ୧୪ ପରେ ୨୦୨୫ ଏପ୍ରିଲ ୧୪ ତାରିଖ ଦିନ ପୁଣି ଏକ ହତ୍ୟା ଧମକ ମିଳିବା ପରେ ଭୟଭୀତ ହୋଇଛନ୍ତି ସମସ୍ତେ ଆଉ ଧମକ ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି ।