ଯଦି ଆପଣଙ୍କୁ ସିଝା ଅଣ୍ଡା ଉପରେ ଲୁଣ ପକାଇବାକୁ ଭଲ ଲାଗେ ନାହିଁ,କିନ୍ତୁ ଲୁଣଯୁକ୍ତ ଅଣ୍ଡା ଖାଇବାକୁ ଭଲ ଲାଗେ,ତେବେ ଆପଣଙ୍କ ପାଇଁ ଭଲ ଖବର। ଅଧିକାଂଶ ଲୋକେ ଲୁଣ ପଡିନଥିବା ସିଝା ଅଣ୍ଡା ଖାଇବାକୁ ଭଲପାଆନ୍ତି ନାହିଁ।
ସେଣ୍ଟ୍ରାଲ୍ ଏଭିଏସନ୍ ରିସର୍ଚ ଇନ୍ଷ୍ଟିଚ୍ୟଟ୍(ସିଏ ଆର ଆଇ)ର ଗବେଷକମାନେ କୁକୁଡାଠାରୁ ଲୁଣିଆ ଅଣ୍ଡା ବିକଶିତ କରିବାର ଉପାୟ ବାହାର କରିଛନ୍ତି। ଏହି ଅଣ୍ଡାରେ ଲୁଣକୁ ଏକ ସମାନ ରୂପରେ ପକାଯାଇଥିଲା। ଏପରିକି ଅଣ୍ଡାରେ ଥିବା ହଳଦିଆ ଅଂଶରେ ବି ଲୁଣ ପକାଯାଇଥିଲା।ଏହି ଅଣ୍ଡାକୁ ଆପଣ ସିଝେଇ କରି ଖାଇପାରିବେ। ସେଥିରେ ଆଉ ଲୁଣ ପକାଇବା ଦରକାର ପଡେ ନାହିଁଏହି ଲୁଣିଆ ଅଣ୍ଡା ଏକଦମ୍ ସାଧାରଣ ଅଣ୍ଡା ଭଳି। କିନ୍ତୁ ଏ ଯାଏଁ ଏହା ବଜାରରେ ଉପଲବ୍ଧ ହୋଇନାହିଁ। ସିଏଆରଆଇ ପକ୍ଷରୁ ଏହି ଅଣ୍ଡାର ବ୍ୟାବସାୟିକ ଉପଯୋଗ ପାଇଁ ଲାଇସେନ୍ସ ଦିଆଯାଇଥାଏ। ଏହାର ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ସିଝା ଅଣ୍ଡାକୁ ୨୪ ଘଣ୍ଟା ଯାଏଁ ରଖିଲେ ବି ତାହା ଖରାପ ହୁଏ ନାହିଁ।
ବଜାରକୁ ଆସୁଛି ଲୁଣିଆ ଅଣ୍ଡା,ଆଉ ଲୁଣ ପକାଇବାକୁ ପଡିବନି
/sambad/media/post_attachments/wp-content/uploads/2019/01/egg90.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)