କାଲାବୁର୍ଗି: କର୍ଣ୍ଣାଟକର କାଲାବୁର୍ଗି ଷ୍ଟେସନ୍ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। କାଲାବୁର୍ଗି ଷ୍ଟେସନ୍ରେ ଟ୍ରେନ୍ର ଇଲେକ୍ଟ୍ରିକ୍ ଇଞ୍ଜିନ୍ ଡ୍ରାଇଭରକୁ ଛାଡ଼ି ଆପଣାଛାଏଁ ଚାଲିବା ଆରମ୍ଭ କରିଥିଲା। ବିନା ଡ୍ରାଇଭରରେ ୧୩କିଲୋମିଟର ପର୍ଯ୍ୟନ୍ତ ଟ୍ରେନ୍ ଚାଲି ଯାଇଥିଲା, ଏହାକୁ ଦେଖି ଡ୍ରାଇଭର ବାଇକ୍ ଧରି ପିଛା କରିବା ପରେ ଟ୍ରେନ୍କୁ ଅଟକାଇବାରେ ସଫଳ ହୋଇଥିଲେ।
ସାଙ୍କେତିକ ଫଟୋପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚେନ୍ନାଇରୁ ମୁମ୍ବାଇ ଯାଉଥିବା ମେଲ ଏକ୍ସପ୍ରେସ୍ ବାଡି ଷ୍ଟେସନ୍ରେ ପହଞ୍ଚିଥିଲା। ଟ୍ରେନ୍ରେ ଇଲେକଟ୍ରୋନିକ୍ ଇଞ୍ଜିନକୁ ହଟାଇ ଡିଜେଲ ଇଞ୍ଜିନ୍ ଲଗା ଯିବା କାମ ଚାଲିଥିଲା। ଏହି ସମୟରେ ଇଞ୍ଜିନ୍କୁ ଷ୍ଟାଟ କରି ଚାଳକ ବାହାରକୁ ଚାଲି ଆସିଥିଲେ। ଏହାପରେ ଇଞ୍ଜିନ୍ ଅପଣାଛାଏଁ ଚାଲିବା ଆରମ୍ଭ କରିଥିଲା। ଇଞ୍ଜିନ୍କୁ ବିନା ଡ୍ରାଇଭରରେ ଚାଲିବା ଦେଖି ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଏହି ରୁଟ୍ରେ ଆସୁଥିବା ସମସ୍ତ ଟ୍ରେନ୍କୁ ଅଟକାଇ ଦିଆଯାଇଥିଲା। ସଙ୍ଗେସଙ୍ଗେ ଷ୍ଟେସନ୍ ମାଷ୍ଟର ଓ ଟ୍ରେନ୍ ଚାଳକ ବାଇକ୍ରେ ଧରି ପାଖାପାଖି ୨୦ମିନିଟ ପର୍ଯ୍ୟନ୍ତ ୧୩କିଲୋମିଟର ଯାଏଁ ଟ୍ରେନ୍ର ପିଛା କରିଥିଲେ। ଚାଳକ କୌଣସି ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ସାହସିକତା ସହ ଟ୍ରେନ୍ ଇଞ୍ଜିନ୍କୁ ଅଟକାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/rajdhani-express-train-derailed-near-minto-bridge_94e95874-c52e-11e7-94e0-d13ec9d58666.jpg)