୧୫/୨୦ଟି ବଡ଼ ଶୁଖିଲା ଲଙ୍କା, ବିରିଡାଲି ୨ ଚାମଚ, ବୁଟ ଡାଲି ୨ ଚାମଚ, ଅରୁଆ ଚାଉଳ ୨ ଚାମଚ, ଗୋଟା ଧନିଆ ୪ ଚାମଚ, ଜିରା ୧ ଚାମଚ, ମେଥି ୨ ଚାମଚ, ଗୋଲମରିଚ ୨ ଚାମଚ, ଭୃସଙ୍ଗ ପତ୍ର ଅଧାକପ୍‌, ଚାଉଳ ୨ ଚାମଚ, ହଳଦୀଗୁଣ୍ଡ ୧ ଚାମଚ, ଲୁଣ ସ୍ବାଦ ଅନୁଯାୟୀ, ହେଙ୍ଗୁ ୧ ଚାମଚ ନିଅନ୍ତୁ। ଗୋଟେ ଶୁଖିଲା କରେଇରେ ପ୍ରଥମେ ଲଙ୍କାକୁ ଭାଜି କାଢ଼ି ଦିଅନ୍ତୁ। ତା’ପରେ ବିରିଡ଼ାଲି ଓ ବୁଟଡ଼ାଲିକୁ ବାସ୍ନା ଆସିବା ଯାଏ ଦୁଇ/ତିନି ମିନିଟ୍‌ ଭାଜି ନିଅନ୍ତୁ। ଏଥର ଭୃସଙ୍ଗ ପତ୍ରକୁ ଟିକେ କଡ଼କଡ଼ିଆ ଭାଜି ଦିଅନ୍ତୁ କିନ୍ତୁ ପୋଡ଼ିବେନି ଏବଂ ବେଶି ଭାଜିଲେ ବାସ୍ନା ଚାଲିଯିବ। ଏଥର ଧନିଆ ଟିକେ ଭାଜି ନେଇ ସେଥିରେ ଜିରା, ମେଥି, ଚାଉଳ, ଗୋଲମରିଚ ପକାଇ ଭାଜିନିଅନ୍ତୁ। ଗ୍ୟାସ୍‌ ବନ୍ଦ କରି ସେଥିରେ ହଳଦୀ ଓ ହେଙ୍ଗୁ ମିଶାନ୍ତୁ। ଚାହିଁଲେ ରଙ୍ଗ ପାଇଁ ଏକାଠି ଗୋଟେ ଚାମଚ କାଶ୍ମିରୀ ଲଙ୍କାଗୁଣ୍ଡ ମିଶେଇ ପାରିବେ। ସବୁ ମସଲା ଥଣ୍ଡା ହେଲାପରେ ଭଲକି ଗୁଣ୍ଡ କରିନିଅନ୍ତୁ। ଛଣାରେ ଚଲେଇ ଫାଇନ୍‌ ପାଉଡର୍‌କୁ କା‌ଚ ବୋତଲରେ ସାଇତି ରଖନ୍ତୁ। ଏହି ସାମ୍ବର ମସଲାକୁ ଆପଣ ବିଭିନ୍ନ ଭଜା ଓ ନିରାମିଷ ତରକାରୀରେ ମଧ୍ୟ ବ୍ୟବହାର କରିପାରିବେ।