୨୦୧୭: ଏହି ଦେଶଗୁଡ଼ିକରେ ସମଲୀଙ୍ଗୀ ବିବାହକୁ ଅନୁମତି ମିଳିଛି

୨୦୦୪ ମସିହାରେ ପାରିତ ହୋଇଥିବା ଏହି ସମଲୀଙ୍ଗୀ ବିବାହ ଆଇନ୍‌ ୨୦୧୭ ମସିହା ମାର୍ଚ ମାସରେ ଫିନ୍‌ାଲାଣ୍ଡରେ ଅନୁମତି ପାଇଲା। ଚଳିତବର୍ଷ ଜୁନ୍‌ ମାସରେ ଜର୍ମାନରେ ସମଲୀଙ୍ଗୀ ବିବାହକୁ ଅନୁମତି ମିଲିଲା। ଏହି ସମଲୀଙ୍ଗୀ ବିବାହକୁ ନେଇ ୩୯୩ ସାଂସଦ ସପକ୍ଷରେ କହିଥିବା ବେଳେ ୨୨୬ ଜଣ ବିରୋଧୀ ଏହାକୁ ବିରୋଧ କରିଥିଲେ। ଉଭୟ ପୁଅ ଓ ଝିଅ ସମଲୀଙ୍ଗୀ ଦମ୍ପତି ବିବାହ କରିବା ସହ ପୋଷ୍ୟ ପିଲା ମଧ୍ୟ ଗ୍ରହଣ କରିପାରିବେ ବୋଲି ଜର୍ମାନରେ ନିୟମ ଲାଗୁ ହୋଇଛି। ସେହିପରି ଚଳିତବର୍ଷ ଜୁଲାଇ ମାସରେ ମଲତାରେ ସମଲୀଙ୍ଗୀ ବିବାହକୁ ଅନୁମୋଦନ ମିଳିଥିଲା। ଏହି ବିବାହ ପାଇଁ ମଲତାରେ ଯେଉଁଭଳି ମତଦାନ ହୋଇଥିଲା ତାହା ଐତିହାସିକ। ସମଲୀଙ୍ଗୀ ବିବାହ ସପକ୍ଷରେ ୬୬ ଜଣ ମତ ରଖିଥିବା ବେଳେ ଏହାକୁ ମାତ୍ର ଜଣେ ବିରୋଧ କରିଥିଲେ। ସେହିପରି ଚଳିତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ସମଲୀଙ୍ଗୀ ବିବାହକୁ ଅନୁମତି ପ୍ରଦାନ କରିଛି। ଅଷ୍ଟ୍ରେଲିଆରେ ଥିବା ୧.୨ କୋଟି ଅଷ୍ଟ୍ରେଲିଆନ୍‌ଙ୍କ ମଧ୍ୟରୁ ୬୧% ପ୍ରତିଶତ ନାଗରିକ ସମଲୀଙ୍ଗୀ ବିବାହ ସପକ୍ଷରେ ମତ ଦେବା ପରେ ଏହି ବିବାହକୁ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର