ଗରିବ ପିଲାଙ୍କ ପାଇଁ ଦେବଦୂତ ସାଜିଲେ ସନ୍ଦୀପ, ମେଧାବୀ ଛାତ୍ରଙ୍କୁ ମାଗଣାରେ ବାଣ୍ଟୁଛନ୍ତି ବହି

ଚଣ୍ଡିଗଡ଼: ବହି ବିନା ବିଦ୍ୟା ଅଧୁରା। ଆଉ ଏହି ବହି ହିଁ ଜଣେ ମଣିଷକୁ ସଫଳତାର ଶୀର୍ଷସ୍ତରରେ ପହଁଚାଇ ଥାଏ। ଜନ୍ମଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବହି ପାଲଟିଥାଏ ମଣିଷର ପ୍ରକୃତ ବନ୍ଧୁ। ହେଲେ ଆଜି ବି ସମାଜରେ ଅନେକ ଗରିବ ଘରେ ମେଧାବୀ ଛାତ୍ରଛାତ୍ରୀ ଅଛନ୍ତି ଯାହାଙ୍କୁ ଏହି ବହି ଖଣ୍ଡକ ମିଳିବା କଷ୍ଟକର ହୋଇପଡ଼େ। କାରଣ ବହି କିଣିବାକୁ ସେମାନେ ସାମର୍ଥ ନୁହନ୍ତି, ଯାହାଫଳରେ ସେମାନଙ୍କ ଆଶା ଆକାଂକ୍ଷରେ ଲାଗିଯାଏ ଅଙ୍କୁଶ। ହେଲେ ଏତିକିବେଳେ ଏହି ଅଭାବୀ ପିଲାଙ୍କ ସ୍ୱପ୍ନ ପୂରା କରିବାକୁ ଆଗକୁ ଆସିଛନ୍ତି ଜଣେ ବଦାନ୍ୟ ମଣିଷ, ଆରମ୍ଭ କରିଛନ୍ତି ଏକ ନୂଆ ପ୍ରୟାସ। ଗରିବ ପିଲାଙ୍କୁ ପୁସ୍ତକ ଦେବା ପାଇଁ ଘର ଘର ବୁଲି ବହି ସାଉଣ୍ଟୁଛନ୍ତି ଏହି ବ୍ୟକ୍ତି।

ଗରିବ ପିଲାଙ୍କ ପାଇଁ ସାହାରା ସାଜି ଆଗକୁ ଆସିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଚଣ୍ଡିଗଡ଼ ସନ୍ଦିପ କୁମାର। ଅର୍ଥିକ ଅଭାବ ଅନଟନରେ ପୁସ୍ତକ କିଣି ପାରୁନଥିବା ପିଲାଙ୍କ ପାଇଁ ସନ୍ଦିପ୍‌ ଗତ ୨ ବର୍ଷ ତଳେ ‘ଓପନ୍‌ ଆଇ ଫାଉଣ୍ଡେସନ୍‌’ ଅଭିଯାନ ଆରମ୍ଭ କରିଥିଲେ। ତେବେ ନିରନ୍ତର ପ୍ରୟାସରେ ସନ୍ଦିପ ଗତ ଦୁଇ ବର୍ଷ ମଧ୍ୟରେ ବେସାହାରା ପିଲାଙ୍କ ପାଇଁ ପାଖାପାଖି ୩୦ ହଜାରରୁ ଉର୍ଧ୍ୱ ବହି ବୁଲି ବୁଲି ସାଉଣ୍ଟିଛନ୍ତି ଆଉ ସେଥିରେ ଉପକୃତ ହୋଇ ସାରିଲେଣି ୪ ହଜାରରୁ ଉର୍ଦ୍ଧ୍ୱ‌ ଛାତ୍ରଛାତ୍ରୀ। କେବଳ ଏତିିିକି ନୁହେଁ ଦୁଇ ଶହ ବେସାହାରା ପିଲାଙ୍କ ସାହାରା ପାଲଟି ନିଜ ସଂଗଠନରେ ସେମାନଙ୍କ ଭବିଷ୍ୟତକୁ ଗଢ଼ି ତୋଳୁଛନ୍ତି। ଯାହାକୁ ନେଇ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି ସନ୍ଦିପ।

ସମ୍ବନ୍ଧିତ ଖବର