ସାରା ବିଶ୍ବର ବିପଦପୂର୍ଣ୍ଣ ଅଳିଆ ଉପରେ ନଜର ରଖୁଛି ‘ୱେଷ୍ଟ୍‌ ୱେବ୍‌‘; ଆବର୍ଜନାରୁ ପ୍ରସ୍ତୁତ କରୁଛି ଉପଯୋଗୀ ସାମଗ୍ରୀ

ନୂଆଦିଲ୍ଲୀ: ସୁଖମୟ ଜୀବନଯାପନର ଅନ୍ୟତମ ମାପକାଠି ହେଉଛି ପରିଚ୍ଛନ୍ନତା। ପରିବେଶରେ ଜମୁଥିବା ଅଳିଆ ଆମ ଜୀବନଶୈଳୀ ଉପରେ ପ୍ରଭାବ ପକାଇବା ସହ ବ୍ୟକ୍ତିକୁ ବିଷାଦଗ୍ରସ୍ତ ମାନସିକତା ଆଡ଼କୁ ନେଇ ଯାଇଥାଏ। ଆପଣ ଜାଣନ୍ତି କି ସାରା ପୃଥିବୀରେ ପ୍ରତିବର୍ଷ ପ୍ରାୟ ୭ରୁ ୧୦ ବିଲିୟନ ମେଟ୍ରିକ୍‌ ଟନ୍‌ ଅଳିଆ ସୃଷ୍ଟି ହୋଇଥାଏ। ଏଥିମଧ୍ୟରୁ ୩୦୦ରୁ ୪୦୦ ମେଟ୍ରିକ୍‌ ଟନ୍‌ ବିପଦପୂର୍ଣ୍ଣ ଅଳିଆ ହୋଇଥାଏ, ଯାହାକି ଆମ ପାଇଁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।

ଏପରି ଏକ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛି ‘ୱେଷ୍ଟ୍‌ ୱେବ୍‌’ ନାମକ ଏକ ସଂସ୍ଥା। ଏହି ସଂସ୍ଥା ଅଳିଆର ଏବେ  ବେପାର କରିବା ଆରମ୍ଭ କରିଛି। ଏହି ଅଳିଆକୁ କିଣିବା ପରେ ତାହାକୁ ବିଶୋଧନ କରି କିଛି ଦେଶ ଏଥିରେ ଚମତ୍କାର ସାମଗ୍ରୀ ସବୁ ତିଆରୁଥିବା ଜାଣିବାକୁ ମିଳିଛି। ଅଳିଅ‌ାରୁ ବିଭିନ୍ନ ପ୍ରକାରର ମୂଲ୍ୟବାନ ସାମଗ୍ରୀ ସଂଗ୍ରହ କରି ତାହାକୁ ପୁଣି ଥରେ ଉପଯୋଗ କରାଯାଇପାରୁଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରକ୍ରିୟାରେ ପୁରୁଣା ଇଲୋକ୍ଟ୍ରୋନିକ୍ସ ସାମଗ୍ରୀରୁ ସୁନା ବାହାର କରାଯାଇପାରୁଛି।

ଏହି ପ୍ରକାରର ନିଆରା କାର୍ଯ୍ୟ ପାଇଁ ବିଶୋଧନକାରୀମାନେ ଅଳିଆ ବେପାର ପାଇଁ ସ୍ବତନ୍ତ୍ର ଅଧ୍ୟୟନ କରିଛନ୍ତି। ସେମାନେ ସୃଷ୍ଟି କରିଥିବା ‌‘ୱାର୍ଲଡ ୱାଇଡ୍‌ ୱେଷ୍ଟ୍‌ ୱେବ୍‌’(ଡବ୍ଲୁ୪) ହେଉଛି ଅଳିଆ ଆବର୍ଜନାର ଆଇନସମ୍ମତ ଉପଯୋଗ ଲାଗି ଗଠିତ ଏକ ବ୍ୟାବସାୟିକ ନେଟୱାର୍କ। ଏହି ନେଟ୍‌ୱର୍କର ସଦସ୍ୟମାନେ ବିପଦପୂର୍ଣ୍ଣ ଅଳିଆର ବ୍ୟବହାର କିପରି ହେଉଛି ତାହା ଉପରେ ଦୃଷ୍ଟି ନିବଦ୍ଧ କରିଛନ୍ତି। ଏହି ‌ପ୍ରଣାଳୀ ସ୍ପେନ୍‌ରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର