ଯଦି ସଂସ୍କୃତ ପରୀକ୍ଷା ଦେଉଛନ୍ତି , ଏସବୁ କଥା ଉପରେ ଦୃଷ୍ଟି ଦିଅନ୍ତୁ

ଛାତ୍ରଛାତ୍ରୀମାନେ ସଂସ୍କୃତ ପରୀକ୍ଷା ସମୟରେ ମନଦେଇ ପଢି ଥାଆନ୍ତି । କିନ୍ତୁ କେତେକ କଥାପ୍ରତି ଧ୍ୟାନ ଦେଲେ ଭଲ ମାର୍କ ରଖି ପାରିବେ। ସଂସ୍କୃତ ପରୀକ୍ଷାରେ ଲେଖିବା ବେଳେ କେଉଁ ବିଷୟ ପାଇଁ କେଉଁ ସବୁ ଟିପ୍‌ସ ମନେ ରଖିବା ଉଚିତ୍‌ ? ଏକଥା ଜାଣନ୍ତୁ …

ବ୍ୟାକରଣ ଉପରେ ଆଧାରିତ ପ୍ରଶ୍ନଗୁଡିକ ଉତ୍ତରରେ ଫୁଲ୍‌ ମାର୍କ ମିଳିଥାଏ । ଏଣୁ ସର୍ବପ୍ରଥମେ ଏଭଳି ପ୍ରଶ୍ନଗୁଡିକର ଉତ୍ତର ଲେଖନ୍ତୁ ।
-ସମାସ, ସନ୍ଧି, ଲିଙ୍ଗ ଓ ବଚନ ଆଦିର ଉପଯୁକ୍ତ ଉପଯୋଗ କରନ୍ତୁ ।
-ନୂଆ ପ୍ରଶ୍ନର ଉତ୍ତର ଏକ ନୂତନ ପୃଷ୍ଠାରୁ ହିଁ ଆରମ୍ଭ କରନ୍ତୁ ।
– ପେଜ୍‌ର ଉଭୟ ପାର୍ଶ୍ୱରେ ମାର୍‌ଜିନ୍‌ ଛାଡି ଲେଖନ୍ତୁ ।

photo-youtube

– ଉତ୍ତର ଲେଖିବାବେଳେ ବ୍ଲୁଇଙ୍କ୍‌ର ପେନ୍‌ ବ୍ୟବହାର କରନ୍ତୁ । ବିଭିନ୍ନ ରଙ୍ଗର ପେନ୍‌ର ଉପଯୋଗ କରନ୍ତୁ ନାହିଁ ।
-ଥରେ ଲେଖା ହୋଇଥିବା ଉତ୍ତର କିମ୍ବା, ଧାଡି କି ଶବ୍ଦକୁ ବାରମ୍ବାର କାଟନ୍ତୁ ନାହିଁ ।
-ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ରେଖାଙ୍କିତ ଅବଶ୍ୟ କରନ୍ତୁ ।
– ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଶ୍ନପତ୍ରର ସମସ୍ତ ଉତ୍ତର ଦେବା ପରେ ଆଉ ଥରେ ଭଲଭାବେ ପଢି ନିଅନ୍ତୁ ।

ସମ୍ବନ୍ଧିତ ଖବର