କୋଟି କୋଟି ଟଙ୍କା ବି ଲାଗିଲା ଫିକା, ଯେବେ ଧର୍ମ ଭାବନାରେ ମଜିଗଲେ ପୂରା ପରିବାର!

ଗାନ୍ଧିନଗର: ଗୁଜୁରାଟରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। କୋଟି କୋଟି ଟଙ୍କାର ମୋହ ବାନ୍ଧି ପାରି ନାହିଁ ଏକ ଧାର୍ମିକ ପରିବାରକୁ। ଶେଷରେ କୋଟି କୋଟି ଟଙ୍କାର ଲୋକ ଛାଡ଼ି ସନ୍ୟାସ ବ୍ରତ ଗ୍ରହଣ କରିଥିବା ଗୁଜୁରାଟୀ ପରିବାର ଏବେ ଚର୍ଚ୍ଚାରେ ଅଛନ୍ତି।

ଧନ ସମ୍ପତ୍ତିର ମୋହ ଛାଡ଼ି ସନ୍ୟାସକୁ ଆପଣାଇଲା ଭିୱାଣ୍ଡିର କୋଠାରୀ ପରିବାର। ଗୁଜରାଟ ଭିୱାଣ୍ଡିର ଗୋକୁଳନଗରରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ତଥା କୋଟି କୋଟି ଟଙ୍କାର ବ୍ୟାବସାୟିକ ସାମ୍ରାଜ୍ୟର ମାଲିକ ରାକେଶ କୋଠାରୀଙ୍କ ପୂରା ପରିବାର ଜୈନ ଧର୍ମରେ ଦୀକ୍ଷିତ ହେବା ସହ ସନ୍ୟାସ ବ୍ରତକୁ ଆପଣାଇଛନ୍ତି।

ପରିବାରର ସମସ୍ତ ସଦସ୍ୟ ରାକେଶ କୋଠାରୀ, ତାଙ୍କ ପତ୍ନୀ ସୀମା, ପୁଅ ଓ ଝିଅ ଶୈଳୀ ଜୈନ ଧର୍ମ ଗ୍ରହଣ କରିଛନ୍ତି। ମୋକ୍ଷପ୍ରାପ୍ତି ପାଇଁ ସମସ୍ତେ ଜୈନଧର୍ମ ଗ୍ରହଣ କରିଥିବା କହିଛନ୍ତି। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଶହ ଶହ ଜୈନ ସନ୍ଥ ଯୋଗ ଦେଇଥିଲେ। ଶ୍ରୀ ଜୟଭୂଷଣ ବିଜୟଜୀଙ୍କ ଦିଗଦର୍ଶନରେ ସମ୍ପନ୍ନ ହୋଇଥିଲା କାର୍ଯ୍ୟକ୍ରମ।

ସମ୍ବନ୍ଧିତ ଖବର