ଆଜିକା ସମୟରେ ଜାହ୍ନବୀ କପୁର, କିଆରା ଆଡ୍ଭାନୀ ଓ ସାରା ଅଲ୍ଲୀ ଖାନ୍ ହେଉଛନ୍ତି ଆଗଧାଡ଼ିର ନାୟିକା। ହେଲେ ଏବେ ଲାଗୁଛି ଇଣ୍ଡଷ୍ଟ୍ରିରେ ଏମାନଙ୍କ ସ୍ଥିତି ଟଳମଳ। ‘ଆନିମଲ୍’ ପରେ ‘ନ୍ୟାସ୍ନାଲ୍ କ୍ରସ୍’ ବନିଥିବା ତୃପ୍ତି ଡିମ୍ରି ଏମାନଙ୍କ କ୍ୟାରିୟର୍କୁ ଏକପ୍ରକାର ବିପଦରେ ପକାଇ ଦେଇଛନ୍ତି। କାରଣ ଅଗାମୀ ଦିନରେ ୫ଟି ବଡ଼ ଫିଲ୍ମରେ ନାୟିକା ଭାବେ ଆସୁଛନ୍ତି ତୃପ୍ତି। ଜୁଲାଇ ୧୯ରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ବ୍ୟାଡ୍ ନ୍ୟୁଜ୍’ରେ ନାୟିକା ବନିଛନ୍ତି ତୃପ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ନେହା ଧୁପିଆଙ୍କୁ ବି ଦେଖିବାକୁ ମିଳିବ। ସେହିପରି ଅକ୍ଟୋବର ୧୧ରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ଭିକି ବିଦ୍ୟାକା ୱ ବାଲା ଭିଡିଓ’ରେ ତୃପ୍ତି ଅଭିନେତା ରାଜ କୁମାର ରାଓଙ୍କ ବିପକ୍ଷରେ ଅଭିନୟ କରିଛନ୍ତି। ପୁଣି ନଭେମ୍ବର ୨୨ ତାରିଖରେ ପରଦାକୁ ଆସିବାକୁ ଥିବା ‘ଧଡ଼କ-୨’ରେ ବି ତୃପ୍ତି ନିଜର ସ୍ଥାନ ବଜାୟ ରଖିଛନ୍ତି। ଏଥିରେ ତାଙ୍କୁ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ଦେଖିବାକୁ ମିଳିବ।
ସେହିପରି ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭୁଲ୍ ଭୁଲେୟାଁ-୩’ରେ ବି ନଜର ଆସିବେ ତୃପ୍ତି। ଏହି ଫିଲ୍ମରେ ତାଙ୍କୁ କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏସବୁ ବ୍ୟତୀତ ତୃପ୍ତି ରଣବୀର କପୁରଙ୍କ ‘ଆନିମଲ୍’ର ସିକ୍ବୁଏଲ୍ ‘ଆନିମଲ୍ ପାର୍କ’ରେ ବି ଅଭିନୟ କରିବେ। ଏହାର ପ୍ରଥମ ଭାଗ ବକ୍ସ ଅଫିସ୍ରେ ବେଶ୍ ଭଲ ବ୍ୟବସାୟ କରିଛି।