ଆସନ୍ତା ୩୧ ତାରିଖରେ ହେବ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଉନ୍ମୋଚନ; ଆମେରିକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ଉଚ୍ଚତାର ଦୁଇଗୁଣରୁ ଅଧିକ

ନୂଆଦିଲ୍ଲୀ: ଅକ୍ଟୋବରରେ ୩୧ ତାରିଖରେ ପୂରା ଦେଶ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳନ କରିବାକୁ ଯାଉଛି। କିନ୍ତୁ ଚଳିତଥର ପାଳିତ ହେବାକୁ ଥିବା ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଦେଶବାସୀଙ୍କ ପାଇଁ ଟିକିଏ ଖାସ। କାରଣ ଏହି ଦିନ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଅନାବରଣ କରିବେ। ଆଉ ଏହାସହ ଏହି ପ୍ରତିମୂର୍ତ୍ତିକୁ ଦେଶବାସୀଙ୍କ ପାଇଁ ସମର୍ପିତ କରିବେ। ଏନେଇ ଆଜି ମନ୍‌ କି ବାତରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେଉଁ ସର୍ଦ୍ଦାର ପଟେଲ ଭୂମି ସହ ଜଡ଼ିତ ଥିଲେ, ଏବେ ଆକାଶର ମଧ୍ୟ ଶୋଭାବର୍ଦ୍ଧନ କରିବେ।

ଷ୍ଟାଚ୍ୟୁ ଅଫ୍‌ ୟୁନିଟର ଅନାବରଣ ସହ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମାର ଏହା ମାନ୍ୟତା ଲାଭ କରିବ। ଯାହାର ଉଚ୍ଚତା ଚୀନର ସ୍ପ୍ରିଙ୍ଗ ବୁଦ୍ଧ ମୂର୍ତ୍ତି (୧୨୦ ମିଟର) ଓ ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି (୯୦) ମିଟର ଠାରୁ ମଧ୍ୟ ଆହୁରି ଉଚ୍ଚ। ଗୁଜରାଟର ନର୍ମଦା ନଦୀ କୂଳରେ ସ୍ଥାପିତ ୧୮୨ ମିଟର ବିଶିଷ୍ଟ ଏହି ପ୍ରତିମାଟି ଆମେରିକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିର ଉଚ୍ଚତାର ଦୁଇଗୁଣରୁ ଅଧିକ। ଯାହାକୁ ଉଭୟ ଭାରତୀୟ ଓ ଚୀନ ଶ୍ରମିକ ମାନେ ମିଶି ର୍ନିମାଣ କରିଛନ୍ତି।୧୮୨ ମିଟର ଉଚ୍ଚତା ବିଶିଷ୍ଟ ଏହି ମୂତ୍ତିକୁ ଦେଖିବାକୁ ପୂରା ବିଶ୍ୱରୁ ଲୋକ ଆସିବେ। ଆଉ ଖାସ୍‌ ଏଥିପାଇଁ ଏହି ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି ସରକାର। ଏସବୁକୁ ଲକ୍ଷ୍ୟ କରି ମୂର୍ତ୍ତି ଠାରୁ ୩ କିଲୋମିଟର ଦୂରରେ ଏକ ଟେଣ୍ଟ ସିଟି ନିମାଁଣ କରାଯାଇଛି। ଯେଉଁଠାରେ ପର୍ଯ୍ୟଟକ ମାନେ ରାତିରେ ରହିପାରିବେ।

ଏହି ମୂର୍ତ୍ତିର ଚାରିପାଶ୍ୱେ ଲେଜର ଲାଇଟ ଲାଗିଛି ଯାହା ଏହାର ଶୋଭାକୁ ଦ୍ୱିଗୁଣିତ କରୁଛି। ଏହାଛଡା ଏହି ମୂର୍ତ୍ତିର ନିମ୍ନ ପାଶ୍ୱେ ଏକ ମ୍ୟୁଜିୟମ ରହିଛି। ମୂତ୍ତିରେ ଦୁଇଟି ଲିଫ୍‌ଟ ଲାଗିଛି। ଯାହ ମୂର୍ତ୍ତିର ଛାତି ପର୍ଯ୍ୟନ୍ତ ରହିଛି। ଯେଉଁଠାରେ ପର୍ଯ୍ୟଟକ ମାନେ ଗ୍ୟାଲେରି ଓ ବାହାରର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ଏହାଛଡା ଲିଫ୍‌ଟ ଉପରେ ରହି ପର୍ଯ୍ୟଟକ ସର୍ଦ୍ଦାର ସରୋବର ଡ୍ୟାମକୁ ସମ୍ପୂର୍ଣ୍ଣ ଭାବେ ଦେଖିପାରିବେ। ତେବେ ଏହି ମୂର୍ତ୍ତି ପାଖରେ ପହଞ୍ଚିବାକୁ ହେଲେ ପର୍ଯ୍ୟଟକଙ୍କୁ ଡଙ୍ଗାରେ ଯିବାକୁ ପଡ଼ିବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ଏଡି ମୂର୍ତ୍ତିକୁ ଦେଖିବାକୁ ପର୍ଯ୍ୟଟକଙ୍କୁ ୩୦୦ ଟଙ୍କା ଲେଖାଏଁ ଫିସ୍‌ ବାବଦକୁ ଦେବାକୁ ପଡ଼ିବ।

କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ର୍ନିମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରତିମାର ର୍ନିମାଣ ପାଇଁ ପାଖାପାଖି ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ଏହି ମୂର୍ତ୍ତିଟି ୪ ପ୍ରକାର ଧାତୁରେ ର୍ନିମାଣ ହୋଇଛି। ଯାହାଫଳରେ ଏଥିରେ କଳଙ୍କି ଲାଗିବ ନାହିଁ।

ସମ୍ବନ୍ଧିତ ଖବର