ନୂଆଦିଲ୍ଲୀ: ବିଦ୍ୟାଳୟମାନଙ୍କରେ ପାଠପଢ଼ା ସହିତ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ ହୋଇଥାଏ। ନୃତ୍ୟ, ସଙ୍ଗୀତ, ସନ୍ତରଣ ସହିତ ଅନେକ ଭିନ୍ନ କାର୍ଯ୍ୟକଳାପ ପାଇଁ ଘରୋଇ ବିଦ୍ୟାଳୟରେ ପୃଥକ ଶିକ୍ଷକ ଅଛନ୍ତି। କିନ୍ତୁ, ସରକାରୀ ବିଦ୍ୟାଳୟଗୁଡ଼ିକରେ ଏପରି ସୁବିଧା ନାହିଁ। କିଛି ବିଦ୍ୟାଳୟରେ ତ ପାଠପଢ଼ା ବି ଠିକ୍ ଭାବେ ହୁଏ ନାହିଁ। ମାତ୍ର ଯଦି ଶିକ୍ଷକ ଭଲ ହୋଇଥାନ୍ତି ତ କିଛି ବି ଫରକ ପଡ଼େନାହିଁ। ସରକାରୀ ସ୍କୁଲ୍ ପିଲା ଘରୋଇ ସ୍କୁଲ୍ ପିଲାଙ୍କଠାରୁ ବି ଭଲ ପ୍ରଦର୍ଶନ କରିପାରନ୍ତି।
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ସରକାରୀ ବିଦ୍ୟାଳୟର ଶିକ୍ଷକ ତାଙ୍କର ବାଳିକା ଛାତ୍ରମାନଙ୍କୁ ପ୍ରସିଦ୍ଧ ବଲିଉଡ ଗୀତ 'ତାଲ ସେ ତାଲ ମିଲା'ରେ ନାଚିବାକୁ ଶିଖାଉଥିବାର ନଜର ଆସିଛନ୍ତି। ଯାହାକୁ ଏବେ ସୋସିଆଲ୍ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ଏହାପୂର୍ବରୁ ଜଣେ ଶିକ୍ଷକଙ୍କ ଭଲ ସ୍ପର୍ଶ ଏବଂ ଖରାପ ସ୍ପର୍ଶ ବିଷୟରେ ପିଲାଙ୍କୁ ଶିକ୍ଷା ଦେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକୁ ଲୋକମାନେ ଖୁବ୍ ପ୍ରଶଂସା କରିଥିଲେ।
कमाल की वीडियो है. सरकारी स्कूलों के शिक्षक अगर ठान ले तो तस्वीर बदल सकती है.
इस टीचर को देखिये, कैसे बच्चों को फुल एनर्जी में डांस सीखा रहे हैं. pic.twitter.com/K84WZR0do1— Priya singh (@priyarajputlive) August 24, 2023
ଏହି ଭାଇରାଲ୍ କ୍ଲିପ୍ ଏକ୍ସରେ ପ୍ରିୟା ସିଂ ନାମକ ଏକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଏହା କ୍ୟାପସନରେ ଲେଖା ହୋଇଛି, ‘‘ଆଶ୍ଚର୍ଯ୍ୟଜନକ ଭିଡିଓ। ଯଦି ସରକାରୀ ବିଦ୍ୟାଳୟର ଶିକ୍ଷକମାନେ ମନ ଦେବେ ତ ବିଦ୍ୟାଳୟର ଚିତ୍ର ବଦଳିପାରେ। ଏହି ଶିକ୍ଷକଙ୍କୁ ଦେଖନ୍ତୁ, ସେ କିପରି ପିଲାମାନଙ୍କୁ ପୂର୍ଣ୍ଣ ଶକ୍ତିର ସହିତ ନାଚ ଶିଖାଉଛନ୍ତି।’
ଅଗଷ୍ଟ ୨୪ ତାରିଖରେ ସେୟାର୍ ହୋଇଥିବା ଏହି ୫୮ସେକେଣ୍ଡ୍ର କ୍ଲିପ୍ ଦେଖି ଆପଣ ନିଶ୍ଚିତ ଭାବରେ ଖୁସି ହେବେ। ଏଥିରେ, ଦେଖିବାକୁ ମିଳିଛି ଯେ କିପରି ପୂରା ଉତ୍ସାହର ସହିତ ଶିକ୍ଷକ ବାଳିକାମାନଙ୍କୁ ନାଚ ଶିଖାଉଛନ୍ତି। ଛାତ୍ରୀମାନେ ମଧ୍ୟ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବେ ଶିଖି ଚାଲିଛନ୍ତି। ଏହି ଭିଡିଓକୁ ସୋସିଆଲ୍ ପ୍ଲାଟଫର୍ମରେ ବହୁତ ପସନ୍ଦ କରାଯାଉଛି।