ନୂଆଦିଲ୍ଲୀ: ସରୋଜିନୀ ନାଇଡୁ ୧୮୭୯ମସିହା ଫେବୃଆରି ୧୩ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଘୋରନାଥ ଚଟ୍ଟୋପାଧ୍ୟାୟ ଜଣେ ପ୍ରଖ୍ୟାତ ପଣ୍ଡିତ ତଥା କବି ଥିଲେ। ସରୋଜିନୀ ନାଇଡୁ ପିଲାଦିନରୁ ବହୁତ ବୁଦ୍ଧିମତୀ ଥିଲେ ।
୧୨ ବର୍ଷ ବୟସରେ ସେ ଭଲ ମାର୍କ ରଖି ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ୧୩ବର୍ଷ ବୟସରେ 'ଲେଡି ଅଫ୍ ଦି ଲେକ' ନାମକ ଏକ କବିତା ଲେଖିଥିଲେ। ୧୮୯୫ ମସିହାରେ ୧୬ ବର୍ଷ ବୟସରେ ସେ ହାଇଦ୍ରାବାଦରେ ଛାତ୍ରବୃତ୍ତି ପାଇଥିଲେ ।
ସରୋଜିନୀ ପାଠପଢ଼ା ସହିତ କବିତା ବି ଲେଖୁଥିଲେ। ଖୁବ୍ କମ୍ ଲୋକ ଜାଣନ୍ତି ଯେ ଗାନ୍ଧିଜୀଙ୍କ ସହ ସରୋଜିନୀ ନାଇଡୁଙ୍କର ପ୍ରଥମ ସାକ୍ଷାତ ଇଂଲଣ୍ଡରେ ହୋଇଥିଲା । ଏହି ସାକ୍ଷାତ ପ୍ରାୟ ୧୯୧୪ମସିହାରେ ହୋଇଥିଲା।
ଦକ୍ଷିଣ ଆଫ୍ରିକାରେ ହୋଇଥିବା ସତ୍ୟଗ୍ରହରେ ଗାନ୍ଧିଜୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସରୋଜିନୀ ନାଇଡୁ ସେ ସମୟରେ ଇଂଲଣ୍ଡରେ ଥିଲେ। ସେ ଗାନ୍ଧିଜୀ ଇଂଲଣ୍ଡ ଥିବା ଖବର ପାଇବା ପରେ ତାଙ୍କୁ ଭେଟିବାକୁ ଚାଲି ଆସିଥିଲେ।
ଗାନ୍ଧିଜୀ ସରୋଜିନୀଙ୍କ ଭାଷଣରେ ଖୁବ ପ୍ରଭାବିତ ଥିଲେ। ସେ ସରୋଜିନୀଙ୍କୁ ଭାରତ କୋଲିଲାର ଉପାଧି ଦେଇଥିଲେ। ଗାନ୍ଧୀ ଯେତେବେଳେ ବି ସରୋଜିନୀଙ୍କୁ ଚିଠି ଲେଖୁଥିଲେ,‘ ‘ପ୍ରିୟ ବୁଲବୁଲ’, ‘ପ୍ରିୟ ମିରାବାଇ’ ଥଟ୍ଟା କରି ‘ଅମାଜାନ’ ଏବଂ ‘ମାତା’ ମଧ୍ୟ ଲେଖୁଥିଲେ।