ନୂଆଦିଲ୍ଲୀ: ସତ୍ୟନାରାୟଣ ପାଲା ବା ସତ୍ୟନାରାୟଣ କଥା ଆମ ସମସ୍ତଙ୍କ ଘରେ ପ୍ରାୟ ହୋଇଥାଏ । ଏ ପର୍ଯ୍ୟନ୍ତ ଆପଣ କେବଳ ଓଡ଼ିଆ, ସଂସ୍କୃତ ଓ ହିନ୍ଦୀ ଭାଷାରେ ସତ୍ୟନାରାୟଣଙ୍କ କଥା ଶୁଣିଥିବେ। କିନ୍ତୁ, ବର୍ତ୍ତମାନ ସତ୍ୟନାରାୟଣଙ୍କ କଥା ଇଂରାଜୀରେ ମଧ୍ୟ ଶୁଣିବାକୁ ମିଳୁଛି । ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପଣ୍ଡିତ ଜଣଙ୍କ ସତ୍ୟନାରାୟଣ କଥାକୁ ଇଂରାଜୀରେ ବର୍ଣ୍ଣନା କରୁଛନ୍ତି। ଭିଡିଓରେ ପଣ୍ଡିତ ଜଣଙ୍କ ଇଂରାଜୀରେ ସତ୍ୟନାରାୟଣଙ୍କ କାହାଣୀ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଛି ଏବଂ ପରିବାର ସଦସ୍ୟମାନେ ସେଠାରେ ବସି ସତ୍ୟନାରାୟଣ କଥା ଶୁଣୁଥିବା ଦେଖିବାକୁ ମିଳିଛି ।
Satyanarayan katha in English, for new generation understanding pic.twitter.com/ptsiVQX5dg
— KulwantSingh ਲੰਬੜਦਾਰ 🇮🇳 (@KulwantJanjue) August 10, 2022
ଭିଡିଓ ଦେଖି ଅନୁମାନ କରାଯାଇପାରେ ଯେ ଏହି ଭିଡିଓ ଦକ୍ଷିଣ ଭାରତର ଅଟେ । କାରଣ ଭିଡିଓରେ ଦେଖାଯାଇଥିବା ପୂଜାପାଠ ସାମଗ୍ରୀ ଏବଂ ପୂଜାପାଠ ପଦ୍ଧତି ଦକ୍ଷିଣ ଭାରତୀୟ ସଂସ୍କୃତି ପରି ଦେଖାଯାଉଛି। ଭିଡିଓରେ କାହାଣୀ ଶୁଣୁଥିବା ପରିବାର ମଧ୍ୟ ଦକ୍ଷିଣ ଭାରତୀୟ ପରି ଦେଖାଯାଉଛନ୍ତି। ଦକ୍ଷିଣ ଭାରତର ଅନେକ ସ୍ଥାନରେ ଇଂରାଜୀ ଭାଷା କୁହାଯାଏ । ଅନୁମାନ କରାଯାଉଛି ଯେ ଏହି ଭିଡିଓଟି ଦକ୍ଷିଣ ଭାରତର। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିଛନ୍ତି ଏବଂ ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାର କମେଣ୍ଟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, 'ହିନ୍ଦୁ ଧର୍ମର ଜ୍ଞାନ ବର୍ତ୍ତମାନ ଇଂରାଜୀରେ ମଧ୍ୟ ଉପଲବ୍ଧ ହେବ।' ଅନ୍ୟପକ୍ଷରେ, ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ ଭାରତ ବିକାଶ କରୁଛି। କିଛି ଲୋକ ଏହା ମଧ୍ୟ କହୁଛନ୍ତି ଯେ 'ନୂତନ ପିଢ଼ିକୁ ବୁଝିବାକୁ ସହଜ ହେବ'।