ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ବୃଦ୍ଧଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବୃଦ୍ଧ ଜଣକ ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ ୫ମ ଥର ବିବାହ କରି ସାରିଥିବା ବେଳେ ଷଷ୍ଠଥର ବିବାହ କରିବାକୁ ଯୋଜନା କରୁଛନ୍ତି। ଏହି ବୃଦ୍ଧଙ୍କ ନାମ ନାସିର ବିନ ଦହେମ। ନାସିରଙ୍କ ବୟସ ୯୦ବର୍ଷ ରହିଛି। ୯୦ବର୍ଷ ବୟସରେ ଗୋଟିଏ କି ଦୁଇଟି ନୁହେଁ, ନାସିର ୫ମଥର ବିବାହ କରିବା ଘଟଣାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
90 برس کی عمر میں پانچویں شادی رچانے والے معمر ترین سعودی دلہا نے کنوارے نوجوانوں کا کیا مشورہ دیے، ویڈیو دیکھیےhttps://t.co/laYvvZpxUypic.twitter.com/da0hb4WE3w
— العربیہ اردو (@AlArabiya_Ur) July 13, 2023
ନାସିରଙ୍କୁ ନେଇ ଏକ ସାକ୍ଷାତକାର ହୋଇଥିଲା। ଏହି ସାକ୍ଷାତକାରରେ ନାସିର କହିଛନ୍ତି, ‘ମୁଁ ମୋର ୫ମ ବିବାହରେ ଖୁସି ଅଛି। ଆଗକୁ ଆଉଥରେ ବିବାହ କରିବାକୁ ଯୋଜନା କରୁଛି। ବିବାହ ହିଁ ମୋର ସୁସ୍ଥ ରହିବାର ଗୁରୁମନ୍ତ୍ର। ମୋର ପୂର୍ବରୁ ୫ଜଣ ପିଲା ରହିଥିବା ବେଳେ ଆଗକୁ ବି ପିଲା ଜନ୍ମ କରିବାର ଯୋଜନା ରଖିଛି। ଖୁବଶୀଘ୍ର ଖୁସି ଖବର ବି ମିଳିବ। ତେବେ ଦୁଃଖର ବିଷୟ ମୋର ୫ଜଣ ପିଲାଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ବି ହୋଇଯାଇଛି।’
ଆଶ୍ଚର୍ଯ୍ୟର କଥା ହେଉଛି କି ନାସିର ନିଜ ଭଳି ଅନ୍ୟମାନଙ୍କୁ ବି ଗୋଟିଏରୁ ଅଧିକ ବିବାହ କରିବାକୁ ପରାମର୍ଶ ଦେଇଛନ୍ତି। ନାସିରଙ୍କ ୫ମ ବିବାହକୁ ନେଇ ତାଙ୍କ ନାତି ଓ ନାତୁଣୀମାନେ ଶୁଭକାମନା ବି ଦେଇଛନ୍ତି।