୨୦୨୫ ସୁଦ୍ଧା ତିଆରି ହେବ ରୋବଟିକ୍ ସହର: କୃତ୍ରିମ ଚନ୍ଦ୍ର ଦେବ କିରଣ, ଉଡିବ କାର

ସୁରକ୍ଷା ଦେବେ ରୋବର୍ଟ

ନୂଆଦିଲ୍ଲୀ: ରାସ୍ତାରେ ରୋବର୍ଟ ବୁଲିବେ, ଉପରେ କାର ଉଡିବ । ଏଠାରେ କୌଣସି ଫିଲ୍ମର କଥା କୁହାଯାଉନାହିଁ । ଆସନ୍ତା ଦିନରେ ବାସ୍ତବରେ ଏପରି ଘଟିବାକୁ ଯାଉଛି । ହଲିଉଡ୍ ଫିଲ୍ମରେ ଯେପରି ରୋବର୍ଟ ଆଉ କାର ଆକାଶରେ ଉଡନ୍ତି, ଠିକ୍ ସେହିପରି ଏହି ଦେଶରେ ରୋବର୍ଟ ବୁଲିବେ ଆଉ କାର୍ ଉପରେ ଉଡିବ । ସାଉଦି ଆରବ ଏପରି ଏକ ସହର ବନାଇବାକୁ ଯାଉଛି, ଯେଉଁଠାରେ ରୋବର୍ଟ ଲୋକଙ୍କୁ ସୁରକ୍ଷା ଦେବା ସହ ନିଜେ ଚାକିରି ମଧ୍ୟ କରିପାରିବେ ।

କେବଳ ଏତିକି ନୁହେଁ ଏହି ସହରରେ କୃତ୍ରିମ ବାଦଲ ତିଆରି କରାଯାଇ ବର୍ଷା କରାଯିବ। ମୋଟାମୋଟି ଭାବେ କହିବାକୁ ଗଲେ ଏହି ସହରରେ ସବୁକିଛି ମନୁଷ୍ୟ ତିଆରି ଜିନିଷ ରହିବ । ସାଉଦି ଆରବର ତବୁକ୍ ରାଜ୍ୟରେ ଏପରି ସହର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି । ଏହି ସହରର ନାମ ରଖାଯିବ ‘ନିୟୋମ’ । ବ୍ରିଟେନ୍ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୨୦୨୫ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏହି ସହର । ‘ନିୟୋମ’ ବିଶ୍ୱର ସବୁଠୁ ଅଲଗା ସହର ଭାବେ ପରିଗଣିତ ହେବ । ସୌର ଶକ୍ତି ଏବଂ ପବନ ଶକ୍ତି ଦ୍ୱାରା ଏହି ସହର ସଂଚାଳିତ ହେବ । ସବୁଠୁ ବଡକଥା ହେଉଛି ଏହି ସହରରେ କୃତ୍ରିମ ଚନ୍ଦ୍ର ନିର୍ମାଣ କରାଯିବ । ରାତି ହେଲେ ପ୍ରାକୃତିକ ଚନ୍ଦ୍ର ଭଳି କୃତ୍ରିମ ଚନ୍ଦ୍ର ରାତିରେ ଆଲୋକ ପ୍ରଦାନ କରିବ ।

aajtak

‘ନିୟୋମ’ର ଅଧ୍ୟକ୍ଷ କ୍ରାଉନ ଫ୍ରିସ୍ ମହମ୍ମଦ ବିନି ସଲମାନ କହିଛନ୍ତି, ଏହି ସହର ଡ୍ରୋନ୍ ଫ୍ରେଣ୍ଡଲି ଏବଂ ରୋବର୍ଟିକ୍ସ ବିକାଶ କେନ୍ଦ୍ର ପାଲଟିବ । ଠିକ୍ ହଲିଉଡ୍ ଫିଲ୍ମରେ ଉଡୁଥିବା ଟ୍ୟାକ୍ସି ଓ କାର ଭଳି ଏଠାରେ ଉଡନ୍ତା କାର ଓ ଟ୍ୟାକ୍ସି ଦେଖିବାକୁ ମିଳିବ । ସାଉଦି ଆରବରେ ବର୍ଷା ହେଉନାହିଁ କିନ୍ତୁ ଏହି ସହରରେ କୃତ୍ରିମ ବାଦଲ ତିଆରି କରାଯାଇ ବର୍ଷା କରାଯିବ । ସମୟ ଅନୁସାରେ ବର୍ଷା ହେବା ସହ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର