ପୁଅ ଜନ୍ମଦିନରେ ଉପହାର ଦେବା ପାଇଁ ପିତା ଭୁଲରେ କିଣି ଦେଲେ ଅସଲି ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ସାଉଦି ଆରବର ଜଣେ ପିତା ନିଜ ପୁଅ ଜନ୍ମଦିନରେ ଉପହାର ଦେବା ପାଇଁ ୨୬୦୦କୋଟି ଟଙ୍କା ଦେଇ ୨ଟି ଏୟାରବସ୍‌ କିଣିଛନ୍ତି । ଏହି ଖବର ଏବେ ସୋସିଆଲ ମିଡିଆରେ ଚହଳ ପକାଇ ଦେଇଛି।

ତେବେ ଏହି ଖବରର ସବୁଠାରୁ ଖାସ୍‌ କଥାଟି ହେଉଛି କି, ପିତା ନିଜ ପୁଅ ପାଇଁ କେବଳ ବିମାନର ମଡେଲ କିଣିବାକୁ ଚାହୁଁଥିଲେ, କିନ୍ତୁ ଭୁଲବଶତଃ ସେ ଦୁଇଟି ଏୟାରକ୍ରାଫ୍ଟ କିଣି ଦେଇଥିଲେ। ଯାହାର ମୂଲ୍ୟ ଥିଲା ପାଖାପାଖି ୨୬୦୦କୋଟି । ସେ ଏହା ଭାବିଥିଲେ କି ୨୬୦୦କୋଟି ଟଙ୍କାରେ ସେ ଏୟାରକ୍ରାଫ୍ଟର ମଡେଲ କିଣିଛନ୍ତି। କିନ୍ତୁ ସେ ଅସଲି ଏୟାରକ୍ରାଫ୍ଟ କିଣିଥିବା ପରେ ଜାଣିବାକୁ ପାଇଥିଲେ।

ତେବେ ଘଟଣାଟି ହେଉଛି ଏପରି। ଉକ୍ତ ବ୍ୟକ୍ତି ଜଣକ ପୁଅ ଜନ୍ମ ଦିନରେ ଉପହାର ଦେବା ପାଇଁ ଦୁଇଟି ଏୟାରକ୍ରାଫ୍ଟ ମଡେଲ କିଣିବା ପାଇଁ ଚିନ୍ତା କରିଥିଲେ। ଏହାପରେ ସେ ନିଜ ଆମେରିକାନ ଏକ୍ସପର୍ଟ କାର୍ଡରୁ ଏଥିଲାଗି ଟଙ୍କା ଦେଇଥିଲେ। ଏହାପରେ କମ୍ପାନି ତରଫରୁ ତାଙ୍କ ପାଖକୁ ଫୋନ୍‌ ଆସିଥିଲା କି ଆପଣଙ୍କର ଅର୍ଡର ମୁତାବକ ଦୁଇଟି ଅସଲି ଏୟାରକ୍ରାଫ୍ଟ ପ୍ରସ୍ତୁତ ହୋଇଯାଇଛି। ସେ ନିଜ ଅର୍ଡରକୁ ଧ୍ୟାନରେ ଦେଖିବା ପରେ ଚକିତ ହୋଇଯାଇଥିଲେ। ସେ ଭୁଲବଶତଃ ନକଲି ବଦଳରେ ଅସଲି ଏୟାରକ୍ରାଫ୍ଟକୁ ଅର୍ଡର କରି ଦେଇଥିବା ଜାଣିବାକୁ ପାଇଥିଲେ।

ତେବେ ଏହି ଖବରର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ କେହିକେହି ଏହାକୁ ଗୁଜବ ବୋଲି କହୁଛନ୍ତି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏ ନେଇ କୌଣସି ସ୍ପଷ୍ଟ ରିପୋର୍ଟ ମିଳି ପାରି ନ ଥିଲା।

ସମ୍ବନ୍ଧିତ ଖବର